Odia News Portal

କିରଣ ମଜୁମ୍‌ଦାରଙ୍କୁ କରୋନା

ବେଙ୍ଗାଲୁରୁ : ବାଓଫାର୍ମାସ୍ୟୁଟିକଲ  ଫାର୍ମ ବାଓକନ୍ ମୁଖ୍ୟ କିରଣ ମଜୁମଦାରଙ୍କୁ କରୋନା ପଜିଟିଭ୍‌ । ସୋମବାର ଦିନ  ସେ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି – ମୋର କୋଭିଡ୍‌ ଟେଷ୍ଟିଂରେ ପଜିଟିଭ୍ ଆସିଛି । ସାମାନ୍ୟ ଲକ୍ଷଣ ଦେଖାଦେଇଛି ।

କିରଣଙ୍କ ଟ୍ୱିଟ୍‌ ପରେ ବେଙ୍ଗାଲୁରର ଅନେକ ଶୁଭେଚ୍ଛୁ  ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।

ଉଲ୍ଲେଖନୀୟ ଯେ , କର୍ଣ୍ଣାଟକର ବେଙ୍ଗାଲୁରୁ ଅର୍ବାନ ଜିଲ୍ଲାରେ ବହୁତ କରୋନା କେସ୍‌ରେ ଆସୁଛି । ଯାହାକି ୯୧,୦୦୦ କେସ୍‌ରୁ ଅଧିକ ରହିଛି । କର୍ଣ୍ଣାଟକରେ ମୁଖ୍ଯମନ୍ତ୍ରୀ ବିଏସ୍‌ ୟେଦିୟୁରପ୍ପା , ବିରୋଧି ଦଳ ନେତା  ସିଦ୍ଦରମୈୟା ଓ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ  ବି ଶ୍ରୀରାମୁଲୁ କୋଭିଡ୍‌-୧୯ରୁ ସୁସ୍ଥ ହୋଇଛନ୍ତି ।