ଅମରାବତୀ : ଘର ଭିତରେ କୋଟି କୋଟି ଟଙ୍କାର ସୁନା ଓ ହୀରା ତିଆରି ଅଳଙ୍କାର ଆଉ ତାହା ସହ ୧ କୋଟିର କ୍ୟାସ୍। ଯିଏ ବି ଦେଖିବ ନିହାତି ଚମକି ପଡିବ। କାହିଁକି ନା ଏହି ଘରଟି ହେଉଛି ଆନ୍ଧ୍ରପ୍ରଦେଶର ଖାଜିପେଟରେ ଥିବା ଏପିସିଓ(State Handloom Weavers Cooperative Society) ର ପୂର୍ବତନ ଚେୟାରମ୍ୟାନ୍ ଗୁଜଜାଲା ଶ୍ରୀନିବାସୁଲୁଙ୍କ ବାସଭବନ। ତାଙ୍କ ବାସଭବନ ଉପରେ ସିଆଇଡିର ଅଧିକାରୀମାନେ ଯେତେବେଳେ ଚଢାଉ କରିଥିଲେ ସେତେବେଳେ ଘରୁ ବାହାରିଥିଲା ୩ କିଲୋଗ୍ରାମର ସୁନା, ୨ କିଲୋଗ୍ରାମ ରୂପା, ୧ କୋଟି ଟଙ୍କାରୁ ଅଧିକ କ୍ୟାସ ଓ ବିଭିନ୍ନ ସ୍ଥାନରେ ଥିବା ସମ୍ପତ୍ତିର କାଗଜପତ୍ର।
ଶ୍ରୀନିବାସୁଲୁ ବୁଣାକାରଙ୍କ ସହକାରୀ ସମିତି ନାମରେ ସରକାରୀ ଧନ ଓ ବୁଣାକାରଙ୍କ ସବସିଡିର ଦୂରୁପଯୋଗ କରିଥିଲେ। ଏହା ସହିତ ସେ ସ୍କୁଲ, ପିଲା, ପୋଲିସ ଓ ସାନିଟାରୀ ଷ୍ଟାଫଙ୍କ ୟୁନିଫର୍ମ ପାଇଁ କପଡା ଯୋଗାଣରେ ଅନିୟମିତତା କରିଥିଲେ। ହାଣ୍ଡଲୁମ୍ କପଡା ବଦଳରେ ତେଲେଙ୍ଗାନା, କର୍ଣ୍ଣାଟକ ଓ ତାମିଲନାଡୁରେ ପାଓ୍ବାର ଲୁମ୍ ଦ୍ବାରା ଉତ୍ପାଦିତ ପଲିଷ୍ଟର କପଡାର ଯୋଗାଉଥିଲେ।
ଏସମ୍ପର୍କରେ ତାଙ୍କ ବିରୋଧରେ ମଙ୍ଗଳାଗିରି ପୋଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରାଯାଇଥିଲା। ଅଧିକାରୀଙ୍କ ଏକ ଅନ୍ୟ ଟିମ୍ ଶ୍ରୀନୁ ସୋସାଇଟିର ନାମରେ ଲେଣଦେଶ କରିଥିବା ବ୍ୟକ୍ତିଙ୍କ ଘରେ ଚଢାଉ କରିଥିଲେ। ପ୍ରୋଡାଟୁରରେ ଏପିସିଓ ସମାଜର ଆକାଉଣ୍ଟାଣ୍ଟସ୍ଙ୍କ ଘରେ ମଧ୍ୟ ଏହା ଜାଣିବାକୁ ଚେଷ୍ଟା ଚାଲିଛି ଯେ, ଚଢାଉ ବେଳେ ୧ କୋଟି ନଗଦ, ୩ କିଲୋଗ୍ରାମ ସୁନା ଓ ୨ କିଲୋଗ୍ରାମ ରୂପା ଓ କିଛି କାଗଜପତ୍ର ଜବତ କରାଯାଇଛି। ତେବେ କୌଣସି ଅଧିକାରୀ ଚଢାଉ ବେଳେ ସୁନା, ରୂପା ଓ ନଗଦ ଟଙ୍କା ଜବତ କରାଯାଇଥିବା ନେଇ କହିନାହାନ୍ତି। ଯେତେବେଳେ ଚଢାଉ କରାଯାଇଥିଲା, ସେତେବେଳେ ଶ୍ରୀନିବାସଲୁ ଉପସ୍ଥିତ ନଥିଲେ। ସେ ନିଜ ବାପାଙ୍କର ଚିକିତ୍ସା ପାଇଁ ଚେନ୍ନାଇ ଯାଇଥିଲେ।