Odia News Portal

‘ଅନ୍ଧାଧୂନ’ ତେଲୁଗୁ ରିମେକରେ ନଜର ଆସିବେ ଶ୍ରିୟା ସରନ

୨୦୧୮ରେ ରିଲିଜ୍ ହୋଇଥିବା କ୍ରାଇମ୍ ଥ୍ରୀଲର ଫିଲ୍ମ ‘ଅନ୍ଧାଧୂନ୍’କୁ ଅନେକ ଦର୍ଶକୀୟ ପ୍ରଶଂସା ମିଳିଥିଲା। ଏହି ଫିଲ୍ମରେ ଅଭିନେତ୍ରୀ ତବୁଙ୍କ ନେଗେଟିଭ୍ ଚରିତ୍ରକୁ ସିନେ ସମୀକ୍ଷକଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ଖୁବ୍ ପସନ୍ଦ କରିଥିଲେ ।

‘ଅନ୍ଧାଧୂନ୍’ର ତେଲୁଗୁ ରିମେକ୍ ହେବାକୁ ଯାଉଥିବାବେଳେ ସେଥିରେ ଅଭିନେତ୍ରୀ ଶ୍ରିୟା ସରନଙ୍କୁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ଚାଲିଛି । ଶ୍ରିୟା ତବୁଙ୍କ ଭୂମିକାରେ ନଜର ଆସିବେ । ସେହିପରି ଅଭିନେତା ନୀତୀନ ଆୟୁଷ୍ମାନ ଖୁରାନାଙ୍କ ଭୂମିକା ନିର୍ବାହ କରିବେ ।

ଏନ୍ ସୁଧାକର ରେଡ୍ଡି ଏବଂ ନିକିତା ରେଡ୍ଡି ଏହାର ପ୍ରଯୋଜନା କରୁଛନ୍ତି। ଅବଶ୍ୟ ଫିଲ୍ମର ଟାଇଟଲ କ’ଣ ରହିବ ତାହା ଜଣାପଡ଼ି ନାହିଁ । ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ଶ୍ରିୟାଙ୍କୁ ଆଗକୁ ଏସ ଏସ ରାଜମୌଲିଙ୍କ ‘ ଆର୍‌ଆର୍‌ଆର୍‌’ରେ ଅଭିନେତା ଅଜୟ ଦେବଗନଙ୍କ ବିପକ୍ଷରେ ଏକ କ୍ଷୁଦ୍ର ଭୂମିକାରେ ଦେଖିବାକୁ ମିଳିବ।