Odia News Portal

ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଖୋଲା ଚାଲେଞ୍ଜ

ମୁମ୍ୱାଇ :  ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଖୋଲା ଚାଲେଞ୍ଜ । ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଟ୍ୱିଟ୍‌ ଜରିଆରେ ଜବାବ୍ ଦେଲେ କଙ୍ଗନା ।  ପ୍ରଥମେ ମୁମ୍ୱାଇର ପିଓକେ ସହ ତୁଳନା କରି ସେ ଖୁବ୍‌ ଆଲୋଚନା ପରିସରକୁ ଆସିଥିଲେ । ଏବେ ଏକ ନୂଆ ଟ୍ୱିଟ୍ କରି କଙ୍ଗନା ଆହ୍ୱାନ କରିଛନ୍ତି ସେ ୯ ସେପ୍ଟେମ୍ୱରରେ ମୁମ୍ୱାଇ ଆସୁଛନ୍ତି । ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି କି ଯଦି କାହାର ସାହସ ଅଛି ତ ତାଙ୍କୁ ରୋକନ୍ତୁ ।

କଙ୍ଗନା ରଣାୱତ ଟ୍ୱିଟ୍‌ରେ ଲେଖିଛନ୍ତି – ମୁଁ ଦେଖୁଛି କି କିଛି ଲୋକ ମୋତେ ଧମକ ଦେଉଛନ୍ତି କି ମୁଁ ମୁମ୍ୱାଇ ଆସି ପାରିବିନି । ବର୍ତ୍ତମାନ ମୁଁ ନିଷ୍ପତ୍ତି ନେଇଛି , ମୁଁ ମୁମ୍ୱାଇ ଖୁବ୍‌ ଶୀଘ୍ର ଆସୁଛି। ମୁଁ ସେପ୍ଟେମ୍ୱର ୯ରେ ମୁମ୍ୱାଇ ଆସିବି । ମୁଁ ଯେଉଁ ସମୟରେ ମୁମ୍ୱାଇରେ ପହଞ୍ଚିଯିବି , ସେହି ସମୟ ମଧ୍ୟ ସମସ୍ତଙ୍କ ସହ ନିଶ୍ଚୟ ସେୟାର କରିବି । କାହା ବାପାର ସାହସ ଅଛି ତ ମୋତେ ରୋକନ୍ତୁ । କଙ୍ଗନା ରଣାୱତଙ୍କର ଏହି ଟ୍ୱିଟ୍‌ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଅଭିନେତ୍ରୀଙ୍କର ଅନ୍ଦାଜରୁ ଯାହା ଜଣାପଡୁଛି , ସଞ୍ଜୟ ରାଉତଙ୍କୁ ହିଁ ସେ ସିଧା ଚାର୍ଗେଟ୍‌ କରିଛନ୍ତି ।

ଉଲ୍ଲେଖନୀୟ ଯେ , ସଞ୍ଜୟ ରାଉତ କହିଥିଲେ କି ଯଦି କଙ୍ଗନାଙ୍କୁ ମୁମ୍ୱାଇ ସହର ଓ ଏହାର ପୁଲିସ୍‌ ସହ ଏତେ ଅସୁବିଧା ତ ଏଠାକୁ ନଆସ। ଏବେ ରାଉତଙ୍କର ଏହି ବୟାନ ଉପରେ କଙ୍ଗନାଙ୍କ ତରଫରୁ ସେହି କଥା କୁହାଯାଇଥିଲା । ଯାହା ଖୁବ୍‌ ଚର୍ଚ୍ଚାରେ ।

କଙ୍ଗନା କହିଥିଲେ – ଶିବସେନା ନେତା ସଞ୍ଜୟ ରାଉତ ମୋତେ ଖୋଲାଖୋଲି ଧମକ ଦେଇଛନ୍ତି ଏବଂ କହିଛନ୍ତି ମୁଁ ମୁମ୍ୱାଇ ପୁଣି ନଆସେ । ଏହି ମୁମ୍ୱାଇ ପାକିସ୍ତାନ ଅଧିକୃତ କଶ୍ମୀର ଭଳି କାହିଁକି ଲାଗୁଛି ?

ବର୍ତ୍ତମାନ କଙ୍ଗନାଙ୍କର ଏହି ବୟାନ ବିବାଦକୁ ଟାଣିଛି । ବଲିଉଡ୍ ସେଲେବ୍ରିଟ୍‌ଙ୍କ ଠାରୁ ନେଇ ଅନେକ ନେତା ଅଭିନେତ୍ରୀଙ୍କ ବୟାନକୁ ଲଜ୍ଜାକର କହୁଛନ୍ତି । କଂଗ୍ରେସ୍‌  ତାଙ୍କୁ କ୍ଷମା ମାଗନ୍ତୁ ବୋଲି କହିଥିବା ବେଳେ ସୋନୁ ସୁଦ୍‌ ଓ ରିତେଶ ଦେଶମୁଖ ଭଳି ସେଲେବ୍ରିଟି ମଧ୍ୟ କଙ୍ଗନାଙ୍କୁ ଆଇନା ଦେଖାଇବାକୁ ଚେଷ୍ଟା କରିଛନ୍ତି ।