Odia News Portal

ଏନସିବିରେ ଦୀପିକା ପାଦୁକୋନ୍

ମୁମ୍ବାଇ () ଏନସିବିରେ ହାଜର ହୋଇଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ୍। ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ଏନସିବିରେ ହାଜର ହୋଇଛନ୍ତି ଦୀପିକା । ଏହାବ୍ୟତୀତ ଦୀପିକାଙ୍କ ମ୍ୟାନେଜର୍ କରିସ୍ମା ପ୍ରକାଶ, ସାରା ଅଲ୍ଲୀ ଖାନ୍‌, ଶ୍ରଦ୍ଧାଙ୍କୁ ବି ଆଜି ହାଜର ପାଇଁ ସମନ କରିଛି ଏନସିବି। ବିଭିନ୍ନ ଦିଗକୁ ନେଇ ଦୀପିକାଙ୍କୁ ପ୍ରଶ୍ନ କରିପାରେ ଏନସିବି। ଦୀପିକା ଓ ତାଙ୍କ ମ୍ୟାନେଜରଙ୍କୁ ସାମନା ସାମନି ବସାଇ ଆଜି ଜେରା କରିପାରେ ।

ସୂଚନାଯୋଗ୍ୟ, ଗତକାଲି ଅଭିନେତ୍ରୀ ରକୁଲପ୍ରୀତଙ୍କୁ ୪ ଘଣ୍ଟା ଓ କରିସ୍ମାଙ୍କୁ ୭ ଘଣ୍ଟା ଜେରା କରିଥିଲା ଏନ୍‌ସିବି। ଆଶା ଥିଲା ତାଙ୍କଠାରୁ କିଛି ବଡ଼ ଖୁଲାସା ହୋଇପାରେ ହେଲେ ସେମିତି କିଛି ଘଟିଲା ନାହିଁ। ରିୟାକୁ ଏନସିବି ଜେରା କରୁଥିବା ବେଳେ ରକୁଲଙ୍କ ନାଁ ସାମ୍ନାକୁ ଆସିଥିଲା। ରକୁଲ ଓ କରିଶ୍ମାକୁ ସାମ୍ନା ସାମ୍ନି ବସା ଯାଇ ପଚରାଉଚରା କରିଥିଲା ଏନସିବି। ଡ୍ରଗ୍ସ ନେଉ ନ ଥିବା ରକୁଲ ରୋକ ଠୋକ ମନା କରିଥିଲେ।