Odia News Portal

ମୃତ୍ୟୁ ପୂର୍ବ ରାତିରେ ସୁଶାନ୍ତଙ୍କ ସହ ଦେଖା କରିଥିଲେ ରିୟା

ମୁମ୍ବାଇ()  ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ଯାଞ୍ଚ ଚାଲିଛି । ଦେଶର ବଡ ଅନୁସନ୍ଧାନକାରୀ ସଂସ୍ଥା ଏହି ମାମଲାର ସମାଧାନ ପାଇଁ ଲାଗିଥିବା ବେଳେ ଆସିଛି ଏକ ନୂଆ ମୋଡ । କରଣି ସେନାର ନେତା ସୁରଜିତ ସିଂହ ରାଠୋର ଦାବି କରିଛନ୍ତି ଯେ, ମୃତ୍ୟୁ ପୂର୍ବ ରାତି ଅର୍ଥାତ୍ ଜୁନ୍ ୧୩ ତାରିଖ ରାତିରେ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଘରକୁ ଯାଇଥିଲେ । ସୁଶାନ୍ତଙ୍କ ଘରେ ଦୁହିଁଙ୍କ ସାକ୍ଷାତ ହୋଇଥିଲା । ସୁରଜିତଙ୍କ ଏହି ଦାବି ପରେ ପୁଣିଥରେ ମୃତ୍ୟୁ ମାମଲାରେ ଅନେକ ପ୍ରଶ୍ନ ଉଠାଇଛି ।

ତେବେ ସୁରଜିତ ହେଉଛନ୍ତି ସେହି ବ୍ୟକ୍ତି, ଯେ କି ରିୟାଙ୍କୁ କୂପର ହସ୍ପିଟାଲରେ ମର୍ଚୁରୀକୁ ଯିବା ପାଇଁ ସାହାର୍ଯ୍ୟ କରିଥିଲେ ।