Odia News Portal

ଗୋଲ କିପରରୁ ଷ୍ଟ୍ରାଇକର ନବୀନ

ଭୁବନେଶ୍ବର () ଆଜି ଠାରୁ  ଆରମ୍ଭ ହେଲା ସ୍ପୋର୍ଟ ଲିଟିରେରି ଫେଷ୍ଟିଭାଲ 2018  । ଇମରଜିଙ୍ଗ ସ୍ପୋର୍ଟ ଓ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବିଭାଗର ମିଳିତ ଉଦ୍ୟମରେ ଏଭଳି ଏକ ମେଗା କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଛି। ଦେଶ ବିଦେଶର ଅନେକ କ୍ରୀଡା ତାରକା ଏହି ଫେଷ୍ଟିଭାଲରେ ଯୋଗ ଦେଇଛନ୍ତି। ସେଥି ମାଧ୍ୟରୁ ଯମାଇକାର କାନାଡ଼ିଆନ ଅଥଲେଟ ବେଟ ଜନସନ, ପୂବର୍ତନ ହକି ଅଧିନାୟକ ଧନରାଜ ପିଲ୍ଲେ, ଭାରତୀୟ ଟ୍ରକ ଅଣ୍ଟିଲ ଆଥଲେଟ ସୁନଫର ରାଜନ, ଅଷ୍ଟ୍ରେଲିଆର ହକି ଅଧିନାୟକ ବ୍ରେଣ୍ଟ ଲିମ୍ବ,ଏସିଆନଗ ଗେମ ରଗୋଲଡ଼ ମେଡାଲିଷ୍ଟ ମହମ୍ମଦ କଫିଙ୍କ  ସହ 20 ଜଣ ନାମିଦାମୀ ଖେଳାଳିଙ୍କ ସହ କ୍ରିଡା ଲେଖକ ଏବଂ କୋଚମାନେ ଯୋଗ ଦେଇଥିଲେ।

ଏହି ଫେଷ୍ଟିଭାଲର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବରରେ ବିଶ୍ବର ଏମିତି ନାମିଦାମୀ କ୍ରିଡାବିତଙ୍କ ଯୋଗଦାନ ଏକ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି କରିଛି ଯାହା ଆସନ୍ତାଦିନରେ ବିଶ୍ବକପ ହକି ପାଇଁ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଶ୍ବକପ ହକିର ଆୟୋଜନ ଓଡିଶା ପାଇଁ ଗୌରବର କଥା । ଅନେକ ଯୁଗ ଧରି ଓଡିଶା ହକିର ଏନ୍ତୁଡିଶାଳ ହୋଇ ରହିଛି ଏବଂ ଏମିତି ଅନେକ ବିଶ୍ବସ୍ତରୀୟ ହକି ଖେଳାଳିଙ୍କୁ ଜନ୍ମ ଦେଇଛି ଯେଉଁମାନେ ଦେଶ ବିଦେଶରେ ସୁନାମ ଆଣିଛନ୍ତି । ଏହି ମହାକୁମ୍ଭର ଆୟୋଜନ କରି ଓଡିଶା ଏକ ରାଜ୍ୟ ଭାବେ କ୍ରିଡାର ବିକାଶ ପ୍ରତି ରହିଥିବା ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରିବ । ଏହି ବିଶ୍ବକପର ଆୟୋଜନକୁ ଅତି ଚକମପ୍ରଦ କରିବାକୁ ଚେଷ୍ଟା କରାଯାଉଛି, ଯାହାଦ୍ବାରା ଏଠାରୁ ଘରକୁ ଫେରୁଥିବା ସମସ୍ତ କ୍ରିଡାବିତ ଏବଂ ହକି ସହ ଜଡିତ ବିଶିଷ୍ଟ ବ୍ୟକ୍ତିମାନେ ଏକ ପ୍ରଲୋଭିତ କଲାଭଳି ଅନୁଭୁତି ସହ ଫେରିବେ । ଏହି ପ୍ରତିଯୋଗିତାରେ ଭାଗ ନେଉଥିବା 16ଟି ଦେଶର ଖେଳାଳିମାନେ ସ୍ପେର୍ଟସମ୍ୟାନସିପର ପ୍ରଦର୍ଶନ କରିବା ବୋଲି ଆଶା ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦର୍ଶକ ଓ ଅତିଥିଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରିବାକୁ ଚେଷ୍ଟା କରାଯିବ ।

ଭୁବନେଶ୍ବରରେ ଏକ ଉତ୍ସାହପ୍ରଦ ହକି ବିଶ୍ବକପର ଆୟୋଜନ ହେଉବାକୁ ଯାଉଥିବାବେଳେ କ୍ରିଡା ଲେଖକମାନେ କେବଳ ହକି ନୁହେଁ କ୍ରିଡାର ସବୁ ଦିଗ ଉପରେ ଉଚ୍ଚକୋଟିର ଲେଖା ପ୍ରକାଶ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ ।

କ୍ରିଡା ଆମ ଚିନ୍ତାଧାରାରେ ପରିବର୍ତ୍ତନ ଆଣିପାରିବ । ଏହିଦୃଷ୍ଟିରୁ କ୍ରିଡା ଆଉ ତାହାର ପ୍ରଭାବ, ଖେଳାଳି ଓ ତାଙ୍କ ସଂଘର୍ଷ, ବିଜୟ ଓ ଉଲ୍ଲାସ, ବିଫଳତା ଓ ହତୋତ୍ସାହ ଏପରିକି ଗପ ପଛର ଗପ ପରି କ୍ରିଡାବିତ ଓ କ୍ରିଡା ସଂପର୍କରେ ଯାହା ଆମ ସମାଜକୁ ମୁଗ୍ଧ କରିପାରିବ ସେହିଭଳି ଲେଖା ପ୍ରକାଶ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ । ହକି ବିଶ୍ବକପ ପାଇଁ ଉତ୍ସାହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ହକି ଷ୍ଟିକ ଓ ବଲରେ କିଛି ମିନିଟ ପାଇଁ ଖେଳିଥିଲେ ।