Odia News Portal

ହେଲମେଟ୍ ନଥିବାରୁ ଫାଇନ ଗଣିଲେ ସାଂସଦ

ରାୟଗଡା: ହେଲମେଟ୍ ନ ପିନ୍ଧି ଫାଇନ ଗଣିଛନ୍ତି ବିଜେଡି ରାଜ୍ୟସାଭ ସାଂସଦ ଏନ୍. ଭାସ୍କର ରାଓ | ଗତକାଲି ବିଜେଡି ପ୍ରତିଷ୍ଠା ଦିବସ ଅବସରରେ ରାୟଗଡ଼ାରେ ଏକ ବାଇକ୍ ରାଲି ଆୟୋଜନ କରାଯାଇଥିଲା। ରାଲିରେ ରାଜ୍ୟସଭା ସାଂସଦ ଏନ୍.ଭାସ୍କର ରାଓ ମଧ୍ୟ କର୍ମୀଙ୍କ ଉତ୍ସାହ ବଢ଼ାଇବା ପାଇଁ ବାଇକରେ ବୁଲିଥଲେ। ହେଲେ ବାଇକ ଚଳାଇବା ବେଳେ କିନ୍ତୁ ସାଂସଦଙ୍କ ମୁଣ୍ଡରେ ହେଲମେଟ ନଥିଲା। ଫଳରେ ଟ୍ରାଫିକ ନିୟମ ଉଲଂଘନ ଅଭିଯୋଗରେ ପୋଲିସ ତାଙ୍କ ଠାରୁ ଫାଇନ ଆଦାୟ କରିଥିବା ଜଣାପଡ଼ିଛି |

ହେଲମେଟ୍ ପିନ୍ଧିନଥିବାରୁ ତାଙ୍କ ନାଁରେ ୫୦୦ ଟଙ୍କା ଚାଲାଣ କଟାଯାଇଥିଲା। ସାଂସଦଙ୍କ ସହ ମୋଟ ୭ ଜଣଙ୍କଠାରୁ ୫୦୦ ଟଙ୍କା ଲେଖାଏଁ ୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ସାଂସଦ ଏନ୍. ଭାସ୍କର ରାଓଙ୍କ ମୁଣ୍ଡରେ ହେଲମେଟ୍ ନଥିବାରୁ ସୋସିଆଲ ମିଡିଆରେ ମଧ୍ୟ ବ୍ୟାପକ ଚର୍ଚ୍ଚା ହୋଇଥିଲା। ସେପଟେ ନିଜ ଭୁଲକୁ ସ୍ୱୀକାର କରିଛନ୍ତି ସାଂସଦ। ଆଇନକୁ ସମ୍ମାନ ଦେଇ ଜରିମାନା ଭରିଥିବା କହିଛନ୍ତି ସାଂସଦ ଏନ୍.ଭାସ୍କର ରାଓ।