Odia News Portal

ନୂଆବର୍ଷରେ ୬ଟି ରାଜ୍ୟକୁ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ନୂଆବର୍ଷରେ ୬ଟି ରାଜ୍ୟକୁ ଭେଟି । ୬ଟି ରାଜ୍ୟକୁ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶୁକ୍ରବାର ଭିଡ଼ିଓ କନଫରେନ୍ସିଂ ଯୋଗେ ପ୍ରଧାନମନ୍ତ୍ରୀ ୬ ଟି ରାଜ୍ୟର ଲାଇଟ ହାଉସ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀ ଗ୍ଳୋବାଲ ହାଉସିଂ ଟେକ୍ନାଲୋଜି ଚ୍ୟାଲେଞ୍ଜ ଇଣ୍ଡିଆ ଆଧାରରେ ୬ ଟି ରାଜ୍ୟ ପାଇଁ ଏହି ପ୍ରକଳ୍ପର ଶିଳାନ୍ୟାସ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ସହରୀ ଭାରତର ରୂପରେଖ ବଦଳାଇ ପାରିବ ବୋଲି ଲକ୍ଷ ରଖା ଯାଇଛି । ତେବେ ଲାଇଟ ହାଉସ ପ୍ରକଳ୍ପ ପାଇଁ ଯେଉଁ ରାଜ୍ୟ ମାନଙ୍କୁ ସାମିଲ କରାଯାଇଛି । ସେମାନଙ୍କ ମଧ୍ୟରେ ଉତରପ୍ରଦେଶ, ଗୁଜୁରାଟ, ତାମିଲନାଡ଼ୁ, ତ୍ରିପୁରା ଓ ଝାଡ଼ଖଣ୍ଡ ଆଦି ରାଜ୍ୟ ରହିଛନ୍ତି । ଏହି ପ୍ରକଳ୍ପରେ ସ୍ଥାନୀୟ ଜଳବାୟୁକୁ ଆଧାର କରି ଲୋକମାନଙ୍କୁ ସୁରକ୍ଷିତ ଘର ଦିଆଯିବ । ଏଥି ସହ ନିର୍ମାଣ ହେବାକୁ ଥିବା ଘର ଗୁଡ଼ିକ ଭୁକମ୍ପ ପ୍ରତିରୋଧୀ ହେବ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଆର୍କିଟେକିଟେକ୍‌ଚର ପ୍ଳାନିଂ ଓ ନିର୍ମାଣ କ୍ଷେତ୍ର ସହ ଜଡ଼ିତ ସମସ୍ତ ବ୍ୟକ୍ତି ବିଶେଷଙ୍କ ସହ କନଫରେନ୍ସିଂ ମାଧ୍ୟମରେ ମଧ୍ୟ କଥା ହୋଇଛନ୍ତି । ଏହା ସହ ପି.ଏମ.ୱାଇ ଓ ଆଶା ଇଣ୍ଡିଆ ଆୱାର୍ଡ଼ ମଧ୍ୟ ବିତରଣ ଏବଂ ସହ ସହରୀ ଆବାସ କାର୍ଯ୍ୟକ୍ରମ ଲାଗୁ କରିଥିବା ଶ୍ରେଷ୍ଠ ରାଜ୍ୟକୁ ପୁରସ୍କୃତ ମଧ୍ୟ କରିଛନ୍ତି ।