ଭୁବନେଶ୍ଵର : ରାଜ୍ୟରେ ଧୀରେ ଧୀରେ ତାପମାତ୍ରା ବଢିବା ଆରମ୍ଭ କରିଛି। ଚଳିତ ବର୍ଷ ପ୍ରଚଣ୍ଡ ଖରା ହେବାର ସମ୍ଭାବନା ମଧ୍ୟ ରହିଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରସ୍ତତୁ ରହିବାକୁ ସ୍ଵତନ୍ତ୍ର ରିଲିଫ କମିଶନର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଚଳିତ ବର୍ଷ ଖରାଦିନେ ମଧ୍ୟ ଖୋଲା ରହିପାରେ ସ୍କୁଲ ଓ କଲେଜ୍।
ଏସଆରସି ପ୍ରଦୀପ ଜେନା ଗ୍ରୀଷ୍ମ ପ୍ରବାହ ଜନିତ ଅସୁସ୍ଥତା ସଂପର୍କରେ ଲୋକଙ୍କୁ ସଚେତନ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି। ସଚେତନତା କାର୍ଯ୍ୟରେ ସାମାଜିକ ସଂସ୍ଥାକୁ ସାମିଲ କରିବାକୁ ପରାମର୍ଶ ଦିଆଯାଇଛି। ଜଳାଭାବ ସମ୍ଭାବନା ଥିବା ସ୍ଥାନ ଗୁଡିକୁ ଚିହ୍ନଟ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଏସଆରସି ପରାମର୍ଶ ଦେଇଛନ୍ତି। ନଳକୂପ ଓ ପାଇପ୍ ଲାଇନ୍ର ମରାମତି ଉପରେ ଗୁରୁତ୍ଵ ଦେବାକୁ କୁହାଯାଇଛି। କେନାଲରେ ଆବଶ୍ୟକ ଜଳ ଛାଡିବାକୁ ଜଳ ସଂପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ଯାତ୍ରୀବାହୀ ଗାଡିରେ ରହିବ ପାଣି ଓଆରଏସ। କେବଳ ସକାଳ ବେଳା ଖୋଲା ରହିବ ଅଙ୍ଗନଓ୍ଵାଡି କେନ୍ଦ୍ର। ଚଳିତ ବର୍ଷ ଖରାଦିନେ ମଧ୍ୟ ଖୋଲା ରହିପାରେ ସ୍କୁଲ ଓ କଲେଜ୍। କୋଭିଡ୍ ଯୋଗୁଁ ହୋଇଥିବା କ୍ଷତିର ଭରଣା ଲାଗି ଖୋଲା ରହିପାରେ ସ୍କୁଲ ଓ କଲେଜ। ଶିକ୍ଷାନୁଷ୍ଠାନରେ ଜଳ ବ୍ୟବସ୍ଥା ଉପରେ ଦୃଷ୍ଟି ଦେବା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି। ୨୪ ଘଣ୍ଟିଆ ଖୋଲ ରହିବ କଣ୍ଟ୍ରୋଲ ରୁମ୍। ପ୍ରତ୍ୟେକ ଛକ, ବସ ଷ୍ଟାଣ୍ଡ ଆଦି ସର୍ବସାଧାରଣ ସ୍ଥାନରେ ପାନୀୟ ଜଳସେବା କେନ୍ଦ୍ର ଖୋଲିବାକୁ ପରାମର୍ଶ ଦିଆଯାଇଛି।