Odia News Portal

ଆଜିଠୁ ଓଡ଼ିଶା ମହିଳା ଫୁଟବଲ ଲିଗ

ଭୁବନେଶ୍ବର: ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ମହିଳା ଫୁଟବଲ ଲିଗ ୨୦୨୦-୨୦୨୧ । ଏହି ଟୁର୍ଣ୍ଣାମେଣ୍ଟ ରାଜଧାନୀର କଳିଙ୍ଗ ଷ୍ଟାଡିୟମ ଏବଂ କ୍ୟାପିଟାଲ ହାଇସ୍କୁଲ ପଡିଆରେ ଖେଳାଯିବ । ଆଜି ଏନେଇ ଏକ ସାମ୍ବାଦିକ ସମିଳନୀ ଆୟୋଜନ କରାଯାଇ ଏଥିରେ ଅଂଶଗ୍ରହଣ କରୁଥିବା ସମସ୍ତ ୬ଟି ଦଳର ଜର୍ସି ଲଞ୍ଚ କରାଯାଇଛି ।

ଏହି ସାମ୍ବାଦିକ ସମ୍ମିଳନୀରେ କ୍ରୀଡା ସଚିବ ବିଶାଲ ଦେବ, ଫୁଟବଲ ଆସୋସିଏସନ ଅଫ ଓଡିଶାର ସମ୍ପାଦକ ଆର୍ଶୀବାଦ ବେହେରା ପ୍ରମୁଖ ଯୋଗଦାନ କରିଥିଲେ ।

ଟୁର୍ନାମେଣ୍ଟ ଯୁବ ମହିଳା ଖେଳାଳିଙ୍କ ପାଇଁ ଏକ ଭଲ ପ୍ଲାଟଫର୍ମ ଯୋଗାଇବ । ଏଥିରେ ଭଲ ପ୍ରଦର୍ଶନ କରିଥିବା ଖେଳାଳି ମାନଙ୍କୁ ସର୍ବ ଭାରତୀୟସ୍ତରରେ ମହିଳା ଫୁଟବଲ ଲିଗରେ ସୁଯୋଗ ମିଳିବ ବୋଲି କୁହାଯାଇଛି ।ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ୨୭ ମାର୍ଚ୍ଚ ୨୦୨୧ରେ ଅନୁଷ୍ଠିତ ହେବ । ଏଥିରେ ଚାମ୍ପିଅନ ହୋଇଥିବା ଦଳ ଭାରତୀୟ ମହିଳା ଫୁଟବଲ ଲିଗରେ ଅଂଶ ଗ୍ରହଣ କରିବ ।