ଭୁବନେଶ୍ୱର : ଜାତୀୟ ସୁରକ୍ଷା ଦିବସରେ ପୂର୍ତ୍ତ ବିଭାଗରେ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ବାବଦରେ ବିଷଦଭାବେ ଆଲୋଚନା ହୋଇଛି। କର୍ମଚାରୀଙ୍କ ସୁରକ୍ଷା ସହ ପ୍ରକଳ୍ପ ସ୍ଥାନଗୁଡ଼ିକରେ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ନେଇ ଆଲୋଚନା କରାଯାଇଛି । ବିଭାଗର ସୁରକ୍ଷା ସଂପର୍କିତ କାର୍ଯ୍ୟ 5-ଟି ସ୍କାନରରେ ରହୁଥିବାବେଳେ ବିଭାଗ ପକ୍ଷରୁ ଏକ ମାନଦଣ୍ଡ ପ୍ରସ୍ତୁତ କରାଯାଇଛି 5-ଟି ଅଧିନରେ ସବୁ ପ୍ରକଳ୍ପ ଅଞ୍ଚଳରେ ବିଶେଷ କରି 100 କୋଟିରୁ ଊର୍ଦ୍ଧ୍ୱ ପ୍ର୍ରକଳ୍ପରେ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ତୃତୀୟ ପକ୍ଷ ସୁରକ୍ଷା ଅଡିଟର ନିଯୁକ୍ତି ବାଧ୍ୟତାମୂଳକ କରାଯାଇଛି । ନିର୍ମାଣ ସୌଧରେ ଏଥିପାଇଁ ସ୍ବାସ୍ଥ୍ୟ, ସୁରକ୍ଷା ଓ ପରିବେଶ ସେଲ୍ ଗଠନ କରାଯାଇଛି । ଏହି ସେଲ୍ ବିଭିନ୍ନ ସାଇଟରେ ଗ୍ରହଣ କରାଯାଉଥିବା ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବ । ଏଥିପାଇଁ ଏକ ତୃତୀୟ ପକ୍ଷ ଅଡିଟର ପ୍ୟାନେଲ୍ ଗଠନ କରାଯିବ ସ୍ବାସ୍ଥ୍ୟ ସୁରକ୍ଷା ଓ ପରିବେଶ ସୁରକ୍ଷା ବ୍ୟବସ୍ଥାର ତଦାରଖ ନେଇ ପ୍ରକଳ୍ପରେ କାମ କରୁଥିବା ଯନ୍ତ୍ରୀମାନଙ୍କୁ ତାଲିମ୍ ଦିଆଯିବ । 10 କୋଟିରୁ ଅଧିକ ପ୍ରକଳ୍ପ କାର୍ଯ୍ୟ କରୁଥିବା ହିତାଧିକାରୀଙ୍କ ପାଇଁ ଏକ କର୍ମଶାଳାର ମଧ୍ୟ ଆୟୋଜନ କରାଯିବ ର୍ପୂ ସଚିବ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।