Odia News Portal

ଝୁଲଣ, ମନ୍ଧାନା ଦେଲେ ବିଜୟ

ନୂଆଦିଲ୍ଲୀ : ପ୍ରଥମ ଦିନିକିଆରେ ପରାଜୟ ସ୍ୱାଦ ଚାଖିଥିବା ଭାରତୀୟ ମହିଳା କ୍ରିକେଟ ଦଳ ଆଜି ଦ୍ୱିତୀୟ ଦିନିକିଆରେ ପ୍ରତିପକ୍ଷ ଦକ୍ଷିଣ ଆ ଫ୍ରିକାକୁ ପରାସ୍ତ କରିଛି। ଝୁଲଣ ଗୋସ୍ବାମୀଙ୍କ ଦମ୍ଦାର ବୋଲିଂ ସାଙ୍ଗକୁ ସ୍ମୃତି ମନ୍ଧାନାଙ୍କ ଜବଦରସ୍ତ ବ୍ୟାଟିଂ ବଳରେ ମହିଳା ଦଳ 9 ଓ୍ୱିକେଟରେ ବିଜୟୀ ହୋଇଛି ଫଳରେ 5 ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ 1-1 ସ୍ଥିତିକୁ ଆ ସିଛି । ପ୍ରଥମେ ବ୍ୟାଟିଂ କରି ଦ.ଆଫ୍ରିକା 157 ରନ୍ କରିଥିବାବେଳେ ଭାରତ 284. ଓଭରରେ 1 ଓ୍ୱିକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲା । 4 ଓ୍ୱିକେଟ ନେଇଥିବା ଝୁଲଣ ଗୋସ୍ବାମୀଙ୍କ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।

ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀଅଟଳ ବିହାରୀ ବାଜପେୟୀ ଏକଣା କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଟସ୍ ଜିଣି ଭାରତୀୟ ଦଳର ଅଧିନାୟିକା ମିତାଲି ରାଜ୍ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପି ନେଇଥିଲେ । ଦ. ଆ ଫ୍ରିକାର ଦୁଇ ଓପନର ଲିଜେଲେ ଲି (4) ଓ ଲୌରା ଓ୍ୱଲଭାର୍ଟ (9)ଙ୍କୁ ସଅଳ ପ୍ୟାଭିଲିଅନ ଫେରାଇଥିଲେ ଝୁଲଣ ଗୋସ୍ୱାମୀ ଓ ମାନସୀ ଯୋଶୀ । ପରେ ଅଧିନାୟିକା ସୁନେ ଲୁସ୍ (36), ଲାରା ଗୋଡାଲ୍ (49) ଦଳ ସ୍ଥିତିକୁ ସୁଦୃଢ କରିଥିଲେ । ଉଭୟ 3ୟ ଓ୍ୱିକେଟ ପାଇଁ 60ରନ୍ ଯୋଗ କରିଥିଲେ । ତେବେ ଭାରତୀୟ ବୋଲରମାନେ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କୁ ଆ ଉଟ୍ କରିବା ପରେ ଦକ୍ଷିଣ ଆଫ୍ରିକା ବ୍ୟାଟସମ୍ୟାନନେ ଅଧିକ ସମୟ କ୍ରିଜରେ ତିଷ୍ଠି ରହିପାରିନଥିଲେ । ପ୍ରତିପକ୍ଷ ଦଳ ପାଇଁ ଘାତକ ସାଜିଥିଲେ ଅଭିଜ୍ଞ ଗୋସ୍ବାମୀ ଓ ରାଜେଶ୍ୱରୀ ଗାଏକଓ୍ୱାଡ । ଉଭୟ 6 ଓ୍ୱିକେଟ ନେବା ଯୋଗୁଁ ଦକ୍ଷିଣ ଆଫ୍ରିକା 41 ଓଭରରେ 157 ରନ୍ କରି ଅଲ୍ଉଆଟ୍ ହୋଇଯାଇଥିଲା ଭାରତ ପକ୍ଷରୁ ଗୋସ୍ବାମୀ 42 ରନ୍ ଦେଇ 4, ଗାଏକଓ୍ୱାଡ 37 ରନରେ 3 ଓ୍ୱିକେଟ ନେଇଥିଲେ ।


ଜବାବରେ ଭାରତ 22 ରନ୍ କରିଥିବାବେଳେ ଜେମିମା ରୋଡ୍ରିଗୁଏଜ୍ (9)ଙ୍କ ଓ୍ୱିକେଟ ହରାଇ ଅଡୁଆ ରେ ପଡ଼ିଥିଲା । ତାରକା ଖେଳାଳି ସ୍ମୃତି ମନ୍ଧାନା ଓ ପୁନମ୍ ରାଉତ ଦଳକୁ ଆଉ ବିପଦରେ ପକାଇନଥିଲେ । ଉଭୟ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ଧୂଲେଇ କରିବା ସହ ଦଳକୁ ଏକ ସହଜ ବିଜୟ ଦେଇଥିଲେ ମନ୍ଧାନା ଆ କ୍ରମଣାତ୍ମକ ବ୍ୟାଟିଂ କରି 64 ବଲରୁ 10 ଚୌକା, 3 ଛକା ବଳରେ ଅପରାଜିତ 80 ରନ୍ କରିଥିବାବେଳେ ପୁନମ 89 ବଲରୁ 8 ଚୌକା ବଳରେ 62 ରନ୍ କରି ଅପରାଜିତ ରହିଥିଲେ ।