ଅହମଦାବାଦ : ପ୍ରଥମ ମ୍ୟାଚରେ ପରାଜୟବରଣ କରିଥିବା ଭାରତ ଆସନ୍ତାକାଲି ଦ୍ୱିତୀୟ ମ୍ୟାଚ୍ ଖେଳିବ ପ୍ରଥମ ମ୍ୟାଚର ପରାଜୟ ଗ୍ଲାନିକୁ ଭୁଲି ଟିମ୍ ଇଣ୍ଡିଆ ବିଜୟଧାରାକୁ ଫେରିବା ଲକ୍ଷ୍ୟରେ ରହିଛି। ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ ।
ପ୍ରଥମ ମ୍ୟାଚ୍ ଫଳାଫଳ ପରେ ଭାରତୀୟ ଦଳର ବ୍ୟାଟିଂ ଦୁର୍ବଳତା ପଦାରେ ପଡ଼ିଛି । କିଛି ମାସ ଧରି ଅନ୍ତର୍ଜାତୀୟ ମ୍ୟାଚକୁ ଫେରିଥିବା ଶିଖର ଧାଓ୍ୱନ୍, ଲୋକେଶ ରାହୁଲ ଓ ଭୁବନେଶ୍ୱର କୁମାର ଆଦୌ ଲୟରେ ନ ଥିବା ଭଳି ଲାଗୁଥିଲେ । ଏମାନଙ୍କ ବିଫଳତା ସାଙ୍ଗକୁ ଅଧିନାୟକ ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଚମକହୀନ ହୋଇପଡ଼ିଥିଲେ ଯାହାର ପ୍ରଭାବ ବ୍ୟାଟିଂ ଉପରେ ସମ୍ପୂର୍ଣ୍ଣ ପଡ଼ିଥିଲା ।ସେହିପରି ବୋଲିଂରେ ମଧ୍ୟ ଭାରତୀୟ ମାନେ ଭଲ ପ୍ରଦର୍ଶନ କରିପାରିନଥିଲେ ।ବୋଲରମାନଙ୍କ ଠାରୁ ଟେଷ୍ଟ ଯାଦୁ ଆଶା କରାଯାଉଥିଲା । ଏପରି ହୋଇପାରିଥିଲେ ବ୍ୟାଟ୍ସମ୍ୟାନଙ୍କ ବିଫଳତାକୁ ନ୍ୟାୟ ଦିଆଯାଇପାରିଥାନ୍ତା । ହେଲେ ଉଭୟ ବିଭାଗରେ ଫେଲ୍ ମାରିବା ଦଳ ପାଇଁ ଆଗାମୀ ମ୍ୟାଚ୍ ପାଇଁ ସନ୍ତୁଳନ ବଜାୟ ରଖିବା ମୁସ୍କିଲ ହୋଇପାରେ। ଦ୍ୱିତୀୟ ମ୍ୟାଚରେ ରୋହିତଙ୍କ ପ୍ରତ୍ୟାବର୍ତ୍ତନ ହେଲେ ଧାଓ୍ୱନ ଓ ରାହୁଲଙ୍କ ମଧ୍ୟରୁ କେହି ବି ଜଣେ ବସିପାରନ୍ତି। ସେହିପରି ପେସର ନଟରାଜନଙ୍କୁ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସାମିଲ କରିବାକୁ ଯୋଜନା ରହିବ।
ତେବେ ଆସନ୍ତୁ ଜାଣିବା ଭାରତ ପ୍ରଥମ ମ୍ୟାଚ୍ ହାରିବାର କିଛି କାରଣ। ଅଧିନାୟକ ବିରାଟ କୋହଲି ଟସ୍ ହାରିଥିଲେ ଏହି ମ୍ୟାଚରେ ଟସ୍ ବହୁ ଗୁରୁତ୍ୱ ବହନ କରୁଥିଲା । ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ବିରାଟ ମଧ୍ୟ ଟସ୍ ଜିତିଥିଲେ ପ୍ରଥମେ ବୋଲିଂ ନେଇଥାନ୍ତେ ବୋଲି କହିଥିଲେ । ରୋହିତ ଶର୍ମାଙ୍କୁ ବିଶ୍ରାମ ଦେବା ଦଳ ପାଇଁ ମହଙ୍ଗା ପଡିଛି। ସେ ଟେଷ୍ଟ ସିରିଜରେ ଦମଦାର୍ ଫର୍ମରେ ଥିଲେ। ରୋହିତ ନଥିବାରୁ ଓପନିଂ ଭୁଶୁଡି ପଡିଲା। ଟପ୍ 3 ବ୍ୟାଟସମ୍ୟାନ୍ ଫେଲ୍ ମାରିଥିଲେ ।ଏପରିକି ଓପନିଂ ପାଇଁ ଓହ୍ଲାଇଥିବା କେଏଲ ରାହୁଲ ଓ ଶିଖର ଧାଓ୍ୱନ ଫେଲ୍ ମାରିଥିଲେଭାରତ ପାଓ୍ୱାର ପ୍ଲେର ଫାଇଦା ଉଠାଇ ପାରିନଥିଲା ଦଳ ପ୍ରଥମ 6 ଓଭର ପାଓ୍ୱାର ପ୍ଲେରେ ମାତ୍ର 22 ରନ୍ କରିପାରିଥିଲା । ଭାରତ ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ ଓ ଓ୍ୱାଶିଂଟନ ସୁନ୍ଦରଙ୍କୁ ଧରି ପଡିଆକୁ ଓହ୍ଲାଇଥିଲା କିନ୍ତୁ ଇଂଲଣ୍ଡ ଜଣେ ସ୍ପିନରଙ୍କୁ ମ୍ୟାଚରେ ସାମିଲ କରିଥିଲା ।
ଅନ୍ୟପକ୍ଷରେ ଟେଷ୍ଟ ଭଳି ଟି-20 ମ୍ୟାଚ୍ରେ ଦମଦାର ଆରମ୍ଭ କରିଥିବା ଇଂଲଣ୍ଡ ଦଳ ଏହି ସଫଳତାକୁ ବଜାୟ ରଖିବାକୁ ଚାହିଁବ । ଜୋ ରୁଟଙ୍କ ଅନୁପସ୍ଥିତି ଇଅନ ମୋର୍ଗାନ୍ ଦଳର ମଙ୍ଗ ସମ୍ଭାଳିଛନ୍ତି । ଦଳର ସମସ୍ତ ବ୍ୟାଟ୍ସମ୍ୟାନ୍ ବିସ୍ଫୋରକ କରିବାରେ ସିଦ୍ଧହସ୍ତ ଜନ୍ନି ବେୟାରଷ୍ଟୋର, ଜାସନ୍ ରୟ, ଜୋସ୍ ବଟଲର, ଇୟନ୍ ମୋର୍ଗାନ୍, ସାମି ବିଲିିଙ୍ଗ୍ସ, ଡେଭିଡ୍ ମାଲାନ୍ ଓ ବେନ ଷ୍ଟୋକ୍ସଙ୍କୁ ଦଳର ବ୍ୟାଟିଂ ଲାଇନ୍ଅପ୍ ବେଶ୍ ଶକ୍ତିଶାଳୀ ଯାହା ପ୍ରଥମ ମ୍ୟାଚରୁ ଜଣାପଡ଼ିଛି। ଦଳ ଏବେ ଟି-20ରେ ଶୀର୍ଷସ୍ଥାନରେ ରହିଥିବାରୁ ଘରୋଇ ଦଳକୁ ମାତ୍ ଦେଇପାରନ୍ତି ସେହିପରି ବୋଲିଂରେ କ୍ରିସ ଜୋର୍ଡାନ୍, ଜୋଫ୍ରା ଆର୍ଚ୍ଚର, ଆ ଦିଲ ରସିଦ, ସାମ୍ କୁରାନ୍, ଟମ୍ କୁରାନ୍, ମୋଇନ୍ ଅଲ୍ଲୀ ରହିଛନ୍ତି ।
