Odia News Portal

ଓଡ଼ିଆ ଶିକ୍ଷାର୍ଥୀଙ୍କ ଖୁସି ହେଲା ଦୁଇ ଗୁଣା

.ବୈଷୟିକ ଶିକ୍ଷାରେ ୧୫% ସ୍ଥାନ ସଂରକ୍ଷଣ
.ଉପକୃତ ହେବେ ସରକାରୀ ସ୍କୁଲ ବିଦ୍ୟାର୍ଥୀ

ଭୁବନେଶ୍ୱର : ରାଜ୍ୟର ସରକାରୀ ଉଚ୍ଚବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ଘରୋଇ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ତୁଳନାରେ ଶିକ୍ଷା କ୍ଷେତ୍ରରେ ଅସମାନତାର ସମ୍ମୁଖୀନ ହେଉଥିବାର ଲକ୍ଷ୍ୟ କରାଯାଏ । ଯେହେତୁ ଡାକ୍ତରୀ/ଇଂଜିନିୟରିଂ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ଗ୍ରହଣ କରିବା ପାଇଁ ସେମାନଙ୍କର ଅ ।ର୍ଥିକ ସୁବିଧା ବା ସକ୍ଷମତା ନାହିଁ ତେଣୁ ନିଟ୍ ଓ ଜେଇଇ(ମେନ୍) ପରି ସର୍ବଭାରତୀୟ ପରୀକ୍ଷାରେ ସେମାନଙ୍କ ପ୍ରଦର୍ଶନ ସନ୍ତୋଷଜନକ ହୋଇପାରୁନାହିଁ । ତେଣୁ ଏହି ପ୍ରସଙ୍ଗରେ ବି·ରବିମର୍ଶ କରି ଏହି ଅସମାନତାକୁ ଦୂର କରିବା ଏବଂ ସରକାରୀ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଇଂଜିନିୟରିଂ/ମେଡିକାଲ ପାଠ୍ୟକ୍ରମରେ ଅଧିକ ଅନୁପାତରେ ପ୍ରବେଶକୁ ସହଜ କରିବା ନିମନ୍ତେ ଅ ।ବଶ୍ୟକୀୟ ସୁପାରିଶ କରିବା ପାଇଁ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବି·ରପତି ମାନ୍ୟବର ଜଷ୍ଟିସ ଡ. ଏ.କେ. ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କ୍ଷମତାସଂପନ୍ନ କମିଟି ଗଠନ କରାଯାଇଥିଲା ।

ଏହି କମିଟି ବିସ୍ତୃତ ଭାବେ ବି·ରବିମର୍ଶ କରି ସରକାରୀ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ମେଡିକାଲ/ଇଂଜିନିୟରିଂରେ ପ୍ରବେଶ କରିବାର ସୁଯୋଗକୁ ବ୍ୟାପକ କରିବା ପାଇଁ ତାଙ୍କ ରିପୋର୍ଟ ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ ଏହି ରିପୋର୍ଟ ରାଜ୍ୟ କ୍ୟାବିନେଟ୍ରେ ଗୃହୀତ ହୋଇଥିଲା । ଓଡ଼ିଶା ବିଧାନସଭା ମଧ୍ୟ ସର୍ବସମ୍ମତି କ୍ରମେ ଉଚ୍ଚକ୍ଷମତାସଂପନ୍ନ କମିଟିର ଉକ୍ତ ରିପୋର୍ଟକୁ ଗ୍ରହଣ କରି ସରକାରୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ମେଡିକାଲ ଏବଂ ଇଂଜିନିୟରିଂ ଶିକ୍ଷାରେ ପ୍ରବେଶ କରିବାର ସୁଯୋଗକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେଣୁ, ଓଡ଼ିଶା ବୃତ୍ତିଗତ ଶିକ୍ଷା ଅନୁଷ୍ଠାନ (ନାମଲେଖା ଓ ଫି ଅ ।ଦାୟ ନିୟମର ନିର୍ଦ୍ଧାରଣ) ଧାରା ୨୦୦୭ ଦ୍ୱାରା ପ୍ରଦତ୍ତ କ୍ଷମତାକୁ ବ୍ୟବହାର କରି ଉଚ୍ଚ କ୍ଷମତାସଂପନ୍ନ କମିଟିର ସୁପାରିଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟର ମେଡିକାଲ ଓ ଇଂଜିନିୟରିଂ କଲେଜଗୁଡ଼ିକରେ ୧୫% ସିଟ୍ ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସ୍ଇ) ଅଧୀନରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରୁ ଦଶମ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଅଧୀନରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ/ସରକାରୀ ଜୁନିଅର କଲେଜରୁ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବିଦ୍ୟାର୍ଥୀଙ୍କ ପାଇଁ ସଂରକ୍ଷିତ ରହିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ସଂରକ୍ଷଣ ପ୍ରତ୍ୟେକ ସଂରକ୍ଷିତ ଏବଂ ଅଣସଂରକ୍ଷିତ ବର୍ଗଙ୍କ ପାଇଁ ସମାନ୍ତରାଳ ଭାବେ ଲାଗୁ କରାଯିବ ।