Odia News Portal

ବଙ୍ଗୋପସାଗରରେ ଏ ବର୍ଷର ପ୍ରଥମ ଲଘୁଚାପ

ଭୁବନେଶ୍ୱର : ଭାରତୀୟ ପାଣିପାଗର ସୂଚନା ଅନୁଯାୟି ଏ ବର୍ଷର ପ୍ରଥମ ଲଘୁିଚାପ ସୃଷ୍ଟି ହୋଇଛି ବଙ୍ଗୋପସାଗରରେ, ଏହା ଶକ୍ତିଶାଳି ହୋଇ ଡିପ୍ରେସନରେ ପରିଣତ ହୋଇଛି । ଆସନ୍ତା କାଲି ସୁଦ୍ଦା ଏହା ଡିପ-ଡିପ୍ରେସନରେ ପରିଣତ ହେବାର ସମ୍ବାବନା ଥିବାର ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ଏହା ପ୍ରଭାବରେ ଭାରତ(ଓଡିଶା) ଉପରେ କୌଣଷି ପ୍ରଭାବ ପଡିବାର ନାହିଁ ।

ଆଜି ଅପରାହ୍ଣ ସୁଦ୍ଧା ଏହି ଡିପ୍ରେସନ ପୋର୍ଟ ବ୍ଲେୟାରଠାରୁ ୪୧୦ କିଲୋମିଟର ଉତ୍ତର ଉତ୍ତର-ପୂର୍ବ ଦିଗରେ ରହିଥିଲା । ଏହାର ପ୍ରଭାବରେ ଆସନ୍ତା କାଲି ପର‌୍ୟ୍ୟନ୍ତ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ପ୍ରବଳ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି । ଏହା ସହିତ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି । ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଛୋଟ ଜାହାଜମାନେ ଆଣ୍ଡାମାନ ସାଗର ଅଞ୍ଚଳକୁ ନ ଯିବାକୁ କୁହାଯାଇଛି ।

ସମଗ୍ର ଭାରତରେ ଗ୍ରଷ୍ମର ଲହରି ଜାରି ରହିଥିବା ବେଳେ ଲଘୁଚାପର କୌଣଷି ପ୍ରଭାବ ନଥିବାରୁ ଏହା ଜାରି ରହିପାରେ ।