Odia News Portal

ପ୍ରାରମ୍ଭିକ ସଙ୍ଗୀତରେ ଜଗନ୍ନାଥଙ୍କ ଭଜନ ଗାଇଲେ ସମାଜସେବୀ ପୁଷ୍ପଲତା ମିଶ୍ର

ବୋୖଦ୍ଧ: ଅନଲାଇନ କବିତା ଆସର ପରିବାର, ସବିତାଦୁର୍ଗ, ବୌଦ୍ଧ ଏବଂ ସିଦ୍ଧାର୍ଥ ସାହିତ୍ୟ ସଂସଦ, ବୌଦ୍ଧ ମିଳିତ ଅନୁକୁଲ୍ୟରେ ରାଜ୍ୟସ୍ତରୀୟ ବିଷୁବ କବିତା ଆସର ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଛି | ସବିତା ଦୁର୍ଗର ପ୍ରତିଷ୍ଠାତା ତଥା ସଞ୍ଚାଳକ ସୁଦୀପ୍ତ ପଣ୍ଡା ଏବଂ ଆବାହକ ଅଭିନବ ପଟ୍ଟନାୟକଙ୍କ ମିଳିତ ଉଦ୍ୟମରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା | ଭୁବନେଶ୍ୱରର ବିଶିଷ୍ଟ ସମାଜସେବୀ ପୁଷ୍ପଲତା ମିଶ୍ର ଏବଂ ସୁବର୍ଣ୍ଣପୁରର କବୟିତ୍ରୀ ଚନ୍ଦ୍ରାବତୀ ପାଣ୍ଡେ ସଂଯୋଜନା ଦାୟିତ୍ୱ ତୁଲାଇଥିଲେ |ପ୍ରାରମ୍ଭିକ ସଙ୍ଗୀତରେ ଜଗନ୍ନାଥଙ୍କ ଭଜନ ଗାଇଥିଲେ ସମାଜସେବୀ ପୁଷ୍ପଲତା ମିଶ୍ର।ବିଶ୍ୱ ରଙ୍ଗମଞ୍ଚର ବରିଷ୍ଠ କଳାକାର ବଟକୃଷ୍ଣ ସାହୁ,ନିର୍ମଳ ନାୟକ (ମହାରାଷ୍ଟ୍ର ) ଅତିଥି କବି ଭାବେ ଯୋଗ ଦେଇଥିଲେ |

ବରିଷ୍ଠ କବୟିତ୍ରୀ ବିରଜା ଦେବୀ,ବୀଣାପାଣି ଚୌଧରୀ ,ବନଲକ୍ଷ୍ମୀ ମହାନ୍ତି,ମନୋରମା ଖାଣ୍ଡାଇ,ପ୍ରମିଳା ପାଣି,ବାବୁଲା ନାହାକ (ଗଞ୍ଜାମ), ସୀମନ୍ତ ନନ୍ଦ (କୋରାପୁଟ ),ସୁଶାନ୍ତ ଦାସ (ବ୍ରହ୍ମପୁର), ପ୍ରତିମାରାଣୀ ମିଶ୍ର(ପୁରୀ ), ସ୍ନିଗଧରଣୀ ମିଶ୍ର(କୋରାପୁଟ), ସନାତନ ମହାକୁଡ଼ (ନୟାଗଡ),ଶୁଭେନ୍ଦୁ ମେହେର, କଣ୍ଠଶିଳ୍ପୀ ସୁଜ୍ଞାନ ବାଘ ପ୍ରଶାନ୍ତ ରଥ, ପ୍ରଭାତ ଖମାରି,ଅରୁଣ ମହାପାତ୍ର, କେଦାରନାଥ ସାହୁ, ରୋହିତ ମେହେର |ଅଜିତ ତ୍ରିପାଠୀ,ଅଜିତ ମିଶ୍ର,ଦେବେନ୍ଦ୍ର ମିଶ୍ର,ଯୁବକବି ଅରୁଣ ମେହେର କବିତା ଆବୃତ୍ତି କରି ସୁନ୍ଦର ବାର୍ତ୍ତା ଦେଇଥିଲେ | ସୁଦୀପ୍ତ ପଣ୍ଡା କାର୍ଯ୍ୟକ୍ରମର ସମୀକ୍ଷା କରିବା ପରେ ଅଭିନବ ପଟ୍ଟନାୟକ ଧନ୍ୟବାଦ ଜଣାଇଥିଲେ |