Odia News Portal

ଜନଶତାବ୍ଦୀ ଏକ୍ସପ୍ରେସ ବଗିରେ ଲାଗିଲା ନିଆଁ

*ସୋର ଷ୍ଟେସନରେ ନିଆଁକୁ ଆୟତ୍ତ କଲେ ରେଳ କର୍ମଚାରୀ ।
*ଯାତ୍ରୀ ସୁରକ୍ଷିତ |

ସୋର: ଜନଶତାବ୍ଦୀ ଏକ୍ସପ୍ରେସରେ ଲାଗିଲା ନିଆଁ । ଭୁବନେଶ୍ବର-କୋଲକତା ଜନଶତାବ୍ଦୀ ଟ୍ରେନର ବଗିରେ ଧୂଆଁ ଦେଖି ଭୟଭୀତ ହେଲେ ଯାତ୍ରୀ । ଫଳରେ ସୋର ଷ୍ଟେସନରେ ୧୫ମିନିଟ୍ ଟ୍ରେନ୍ ଅଟକିଲା । ସୋର ଷ୍ଟେସନରେ ନିଆଁକୁ ଆୟତ୍ତ କଲା ରେଳ କର୍ମଚାରୀ । ଯାତ୍ରୀ ସୁରକ୍ଷିତ ।

ସୂଚନା ଅନୁଯାୟୀ, ଭୁବନେଶ୍ବରରୁ ହାଓଡ଼ା ଯାଉଥିବାବେଳେ ମାର୍କୋଣା ନିକଟରେ ଏକ ବଗିରେ ନିଆଁ ଲାଗିଯାଇଥିଲା । ଟ୍ରେନ ଟଏଲେଟ୍ ଡଷ୍ଟବିନ ମଧ୍ୟରେ କେହି ସିଗାରେଟ୍ ପକାଇଦେଇଥିବାରୁ ନିଆଁ ଲାଗିଥିବା ସୂଚନା । ଟ୍ରେନର ବେଗ ଅଧିକ ଥିବାରୁ ସମ୍ପୁର୍ଣ୍ଣ ବଗିରେ ଧୁଆଁ ଖେଳିଯାଇଥିଲା । ଯାତ୍ରୀମାନେ ଭୟଭୀତ ହୋଇ ରେଳ ବିଭାଗକୁ ଜଣାଇଲା ପରେ ସୋର ଷ୍ଟେସନ ନିକଟରେ ଟ୍ରେନ ଅଟକାଇ ନିଆଁକୁ ଆୟତ୍ତ କରାଯାଇଛି । ସୁରକ୍ଷା ବ୍ୟବସ୍ଥା ଯାଞ୍ଚପରେ ୨୦ମିନିଟ୍ ବିଳମ୍ବରେ ଟ୍ରେନ ଛାଡିଥିଲା ।