କଟକ: ସିଡିଏ ସେକ୍ଟର-୧୦ରେ ସ୍ବେରେଜ୍ କାମ ଚାଲିଥିବା ବେଳେ ଅଣନିଶ୍ୱାସୀ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ହୋଇ ପଡିଛନ୍ତି । ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ଜଣଙ୍କ କଟକ ତିନିକଣିଆ ବଗିଚା ଅଞ୍ଚଳର ପି.ଶଙ୍କର ଓ ବଡମ୍ବା ଅଞ୍ଚଳର ବିଷ୍ଣୁ ନାୟକ ବୋଲି ଜଣାପଡିଛି । ସେହିଭଳି ଆହତ ଜଣଙ୍କ ହେଲେ ଡି ଶିବା ବୋଲି ଜଣାପଡିଛି । । ସ୍ୱେରେଜ ମଧ୍ୟକୁ ଟି.ଶଙ୍କର ଓ ବିଷ୍ଣୁ ଯିବା ପରେ ପ୍ରାୟ ୨୦ ମିନିଟ୍ ଧରି ଫେରି ନଥିଲେ । ଫଳରେ ଶିବା ସ୍ୱେରେଜ୍ ଭିତରକୁ ଯାଇଥିଲା । ସେ ମଧ୍ୟ ଅଣନିଶ୍ୱାସୀ ହୋଇ ପଡ଼ିଥିଲା ।ସେ ସଙ୍ଗେ ସଙ୍ଗେ ବାହାରକୁ ଆସି ଏନେଇ ସମସ୍ତଙ୍କୁ ସୂଚନା ଦେଇଥିଲା । ପରେ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ୨ ଜଣଙ୍କୁ ଭିତରୁ ଉଦ୍ଧାର କରିବା ସହ କଟକ ଏସସିବିରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ।
