Odia News Portal

ଲେଖି ଓ ପଢି ଜାଣିନଥିଲେ ତଥାପି ବି ହୋଇଥିଲେ ସରପଞ୍ଚ

*ସରପଞ୍ଚଙ୍କ ପଦକୁ ଅଯୋଗ୍ୟ ଘୋଷିତ କରିଲେ ମାନ୍ୟବର କୋର୍ଟ |

ଭୁବନେଶ୍ୱର: ପାଠ ଘର ଶୂନ, ଅ, ଆ ଲେଖି ଓ ପଢି ଜାଣିନଥିଲେ | ତଥାପି ବି ନିର୍ବାଚନରେ ହୋଇଥିଲେ ସରପଞ୍ଚ ପ୍ରାର୍ଥୀ। ପରେ ନିର୍ବାଚନରେ ବିଜୟୀ ହୋଇ ସରପଞ୍ଚ ମଧ୍ୟ ହେଲେ | ତେବେ ବର୍ତ୍ତମାନ ସରପଞ୍ଚଙ୍କ ପଦକୁ ଅଯୋଗ୍ୟ ଘୋଷିତ କରିଲେ ମାନ୍ୟବର କୋର୍ଟ । ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଭଦ୍ରକ ବ୍ଲକ ଅଧିନସ୍ଥ ଦୈସିଂ ପଞ୍ଚାୟତ ସରପଞ୍ଚ ପାର୍ବତୀ ମାଝୀ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ଅଯୋଗ୍ୟ ଘୋଷଣା କରିଛନ୍ତି ମାନ୍ୟବର ଭଦ୍ରକ ଜିଲ୍ଲା ଦୌରା ଜଜ । ଦୈସିଂ ପଞ୍ଚାୟତ ନିର୍ବାଚନରେ ବିଜୟୀ ହୋଇ ସରପଞ୍ଚ ହୋଇତିଲେ ପାର୍ବତୀ ମାଝୀ । ଓଡ଼ିଆ ଲେଖିପାରୁ ନ ଥିବା ଓ ପଢି ପାରୁ ନ ଥିବା ଅଭିଯୋଗ ହୋଇଥିଲା। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା।ଏହା ପରେ ଅଭିଯୋଗକାରୀ କୋର୍ଟର ଆଶ୍ରୟ ନେଇଥିଲେ।

ମାମଲାର ବିଚାର କରି ନ୍ୟାୟାଳୟ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ୨୦୧୭ ମସିହାରୁ ଏହି ମାମଲା କୋର୍ଟରେ ଚାଲି ଆସୁଥିଲା। ସରପଞ୍ଚଙ୍କ ପ୍ରତିଦ୍ଵନ୍ଦ୍ଵୀ ପ୍ରାର୍ଥୀ ବାଗନ ସିଂ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଯାହାର ରାୟ ଆଜି ଭଦ୍ରକ ଜ଼ିଲ୍ଲା ଦୌରାଜଜ ଶୁଣାଇଛନ୍ତି ଓ ପାର୍ବତୀ ମାଝୀଙ୍କୁ ଅଯୋଗ୍ୟ ଘୋଷଣା କରିବା ସହ ନିର୍ବାଚନ ଅଧିକାରୀଙ୍କୁ ଶୀଘ୍ର ପଦବୀ ପୂରଣ ପାଇଁ ନିର୍ଦ୍ଦେଶ ଦେଇଥିବା ସୁଚନା ମିଳିଛି ।