Odia News Portal

ଭ୍ୟାକ୍ସିନ ଆଟ ଡୋର ଷ୍ଟେପ ଅଭିଯାନ ଆରମ୍ଭ

ଭୁୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ସୋମବାର ଠାରୁ ଆରମ୍ଭ ହୋଇଛି ଭ୍ୟାକ୍ସିନ ଆଟ ଡୋର ଷ୍ଟେପ ଅଭିଯାନ । ବିଏମସିର ୩ ଟି ଜୋନ୍ ରେ ମୋଟ୍ ୬ ଟି ଆପାର୍ଟମେଂଟରେ ଟିକା ଦିଆଯାଇଛି । ପ୍ରତି ଆପାର୍ଟମେଂଟରେ ୨ ଶହ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ବିଶେଷ କରି ୪୫ ବର୍ଷରୁ ଉଦ୍ଧ୍ୱର୍ ବୟସ୍କଙ୍କୁ ଟିକା ଦିଆଯିବ । ବିଏମସିର ଜେଡିସି ଅଂଶୁମାନ ରଥ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରେସିଡେନ୍ସିଆଲ ୱେଲଫେୟାର ଆସୋସିଏସନ୍ ଏନେଇ ଆବେଦନ କରିଥିଲା । ଏହି କ୍ରମରେ ଝାରପଡାର ବାଲାଜୀ ଆପାର୍ଟମେଂଟ , ସହୀଦନଗରର ବିଏମସି ଭବାନୀ ଏନକ୍ଲେଭ୍ , ଡୁମଡୁମା କସମୋପଲିସ୍ ଆଦିରେ ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।