Odia News Portal

ଜଗନ୍ନାଥଙ୍କୁ ଦର୍ଶନ କଲେ ଅନିଲ

  • ଭୁବନେଶ୍ବର: ହକି ପାଇଁ ସାରା ବିଶ୍ୱ ର ନଜର ଏବେ ଓଡିଶା ଉପରେ ରହିଛି Iଶାହରୁଖ ,ସଲମାନ ,ମାଧୁରୀ .ଏ ଆର ରହମାନ ଙ୍କ ଭଳି ଚର୍ଚ୍ଚିତ ବ୍ୟକ୍ତିତ୍ୱ ଓଡିଶା ଆସି ହକି ପାଇଁ ପ୍ରଚାର କରିବା ପରେ ଗତକାଲି ବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଖେଳାଳି ଅନିଲ କୁମ୍ବଲେ ଏବଂ ଭାରତ ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କାଂସ୍ୟ ପଦକଜିତିଥିବା ଅଞ୍ଜୁ ବିବି ଜର୍ଜ I ଦୁଇଜଣ ଓଡ଼ିଶାରେ ପହଁଚି ଖେଳାଳି ଏବଂ ଦର୍ଶକ ମାନଙ୍କୁ ଉତ୍ସାହିତ କରିଥିଲେ

ତେବେ ଆଜି ସକାଳୁ ଅନୀଲ କୁମ୍ବଲେ ମହାପ୍ରଭୁଙ୍କୁ ଜଗନ୍ନାଥ ଙ୍କ ଦର୍ଶନ କରିବା ସହିତ ପୁଅର ପାଇଁ ଜଗନ୍ନାଥ ଙ୍କୁ ପ୍ରାଥନା କରିଥିଲେ I ଭୋର ପ୍ରାୟ ୬ଟା ୨୦ରେ ଅନିଲ ଶ୍ରୀମନ୍ଦିରରେ ପହଁଚିବା କ୍ଷଣି ଶ୍ରୀମନ୍ଦିର ସୂଚନା ଅଧିକାରୀ ସୁଦୀପ ଚାଟାର୍ଜୀ ଭବ୍ୟ ସମ୍ଭର୍ଧନା ଦେଇଥିଲେ ଏହାପରେ ଅନିଲ କୁମ୍ବଲେ ଶ୍ରୀମନ୍ଦିର ଭିତରକୁ ଜଗନ୍ନIଥ ଙ୍କ ଦର୍ଶନ କରିଥିଲେ I