Odia News Portal

ନଜର ପକାନ୍ତୁ ଆଜି କେଉଁଠି କେତେ ରହିଛି ପେଟ୍ରୋଲ୍ ରେଟ୍‌

ଭୁବନେଶ୍ୱର: ଦେଶରେ ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି ପେଟ୍ରୋଲ ଦର । କେତେକ ରାଜ୍ୟରେ ୧୦୦ ପାର କରିସାରିଛି ରେଟ୍ । ତେବେ ଓଡ଼ିଶାର ମଧ୍ୟ କିଛି ସହରରେ ମଧ୍ୟ ପେଟ୍ରୋଲ ୧୦୦ ଛୁଇଁଥିଲା । ତେବେ ଆଜି ଭୁବନେଶ୍ୱରରେ ପେଟ୍ରୋଲ ରେଟ୍ ୯୫ ଟଙ୍କା ୨୨ ପଇସା ରହିଛି । ସେପଟେ ମୁମ୍ବାଇରେ ଆଜି ୧୦୦ ଟଙ୍କା ୭୨ ପଇସା ଥିବାବେଳେ ଚେନ୍ନାଇରେ ୯୫ଟଙ୍କା ୯୯ପଇସା, ଦିଲ୍ଲୀରେ ୯୪ ଟଙ୍କା ୪୯ ପଇସା ଏବଂ କୋଲକାତାରେ ୯୪ ଟଙ୍କା ୫୦ ପଇସା ରହିଛି ।

ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ ଝଗଝ ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ। ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ। ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।