ଭୁବନେଶ୍ୱର: ରାଜ୍ୟରେ କାଳ ବୈଶାଖୀ ଓ ବର୍ଷା ରହିଥିବା କାରଣରୁ ୧୫ଟି ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଦେଲା ପାଣିପାଗ ବିଭାଗ । ଏହି ୧୫ଟି ଜିଲ୍ଲା ହେଲା କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡା, ବରଗଡ଼, ଝାରସୁଗୁଡା ଜିଲ୍ଲାରେ ବର୍ଷା ଆଶଙ୍କା କରାଯାଇଛି । ସେହିପରି ସୁନ୍ଦରଗଡ, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ ଏବଂ ଯାଜପୁରରେ ମଧ୍ୟ ଘଡଘଡି ବିଜୁଳି ସହିତ ବର୍ଷା ପବନ ହେବାର ପୂର୍ବାନୁମାନ କରିଛି ।
ଆସନ୍ତା ୧୧ ତାରିଖରୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ଆସନ୍ତା ୧୦ ତାରିଖରୁ ୧୪ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏବେ ରାଜ୍ୟରେ ପ୍ରାକ୍ ମୌସୁମୀ ସକ୍ରିୟ ଥିବା ବେଳେ ଆସନ୍ତା ୧୧ ତାରିଖରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁବ ବୋଲି ଆକଳନ କରାଯାଇଛି ।