Odia News Portal

ରଜ ପାଇଁ ପୋଲିସର କଟକଣା, ଦୋକାନ ଖୋଲିଲେ ବନ୍ଧା ହେବେ

ଭୁବନେଶ୍ୱର: କରୋନା କଟକଣା ଉପରେ ଧ୍ୟାନ ଦେଇଛି କମିଶନରେଟ୍ ପୋଲିସ । ଟୁଇନସିଟି ବାସୀଙ୍କୁ ନିବେଦନ କଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ରଜ ଲାଗି ନୂଆ କଟକଣା ଲାଗୁ କରାଯାଇଛି । ଆଜିଠୁ ପୋଲିସ କରିବ ସ୍ପେଶାଲ ଡ୍ରାଇଭ୍ । ରଜରେ ସମୟ ସୀମା ପରେ ଦୋକାନ ଖୋଲିଲେ ସିଲ କରାଯିବ । ସେପଟେ ଆକଶ୍ୟକ ପଡିଲେ ଦୋକାନୀଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର । ଆଜି ସାବିତ୍ରୀ ଅମାବାସ୍ୟା ଲାଗି ବଜାରରେ ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ଏଭଳିତ ନିଷ୍ପତି ନିଆଯାଇଛି । ଆଜି ଏକ ନମ୍ବର ମାର୍କେଟ ପ୍ରବଳ ଭିଡ ହୋଇଥିବାରୁ ଅନେକ ଦୋକାନ ସିଲ କରାଯାଇଛି । ସେପଟେ ଗତକାଲି ମଧ୍ୟ ଦୋକାନରେ ପ୍ରବଳ ଭିଡ ଜମିଥିବା ଦେଖିବାକୁ ମିଳିଥିଲା ।