Odia News Portal

କରୋନାରେ ଆକ୍ରାନ୍ତ କଣ୍ଠଶିଳ୍ପୀ ତପୁମିଶ୍ର ଗୁରୁତର

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ୨୬ଦିନ ହେବ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଓଡ଼ିଆ କଣ୍ଠଶିଳ୍ପୀ ତପୁମିଶ୍ର । ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗୁଡ଼ୁଥିବା ସୂଚନା ମିଳିଛି । ତାଙ୍କର ଅକ୍ସିଜେନ ଲେବଲ କମିବାରେ ଲାଗିଛି । ତେବେ ଏବେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକତ୍ସିତ ହେଉଛନ୍ତି ।
ପ୍ରଥମେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସ୍ୱାସ୍ଥ୍ୟରେ ଉନ୍ନତି ନହେବାରୁ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଶୀଘ୍ର ସୁସ୍ଥ ହେବା ଲାଗି ତାଙ୍କ ପ୍ରଂଶସକ, ପରିବାର ଓ ସାଙ୍ଗମାନେ ମଙ୍ଗଳ କାମନା କରୁଛନ୍ତି ।