Odia News Portal

ରାଜ୍ୟରେ ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର: ଆସନ୍ତା ୨୦୨୨ ହେବ ପଞ୍ଚାୟତ ନିର୍ବାଚନ । ମାର୍ଚ୍ଚ ୧୦ ତାରିଖ ୨୦୨୨ରେ ଶେଷ ହେବାକୁ ଯାଉଛି ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ । ତେବେ ରାଜ୍ୟ ନିବାଚନ କମିଶନଙ୍କ ସଚିବ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇଛନ୍ତି କି ଏହାପୂର୍ବରୁ ସଂରକ୍ଷଣ ପ୍ରକିୟା ଓ ସମୟ ନିର୍ଦ୍ଧାରଣ କରିବା ଲାଗି । ମାତ୍ର ଏଯାବତ ରାଜ୍ୟ ସରକାର ଏସବୁ କାର୍ଯ୍ୟ କରିନାହାଁନ୍ତି । ଯାହାକୁ ଦୃଷ୍ଟିରେ ରଖି କୁହାଯାଇଛି କି ବିଳମ୍ବ ହୋଇପାରେ ନିର୍ବାଚନ । ଗତ ମାର୍ଚ୍ଚ ୧୦ ତାରିଖରେ ଚିଠି ଲେଖାଯାଇଥିଲା । ଏପ୍ରିଲ ୩୦ ସୁଦ୍ଧା ସବୁ କାର୍ଯ୍ୟ ସାରିବାକୁ କୁହାଯାଇଥିଲେ ସୁଦ୍ଧା ଏଯାବତ ସରିନାହିଁ । ତାପୂର୍ବରୁ ଜାନୁଆରିମାସରେ ବି କମିଶନଙ୍କ ପକ୍ଷରୁ ସମାନ ପ୍ରସଙ୍ଗରେ ପତ୍ର ଲେଖାଯାଇଥିଲା ।ଏହା ସତ୍ତ୍ବେ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାର୍ଯ୍ୟ ସରିନଥିବାରୁ ନିର୍ବାଚନ ଯଥା ସମୟରେ ହେବା ନେଇ ଆଶଙ୍କା ଦେଖାଦେଇଛି ।