Odia News Portal

ଗୁରୁବାର ଦିନ ଭାରତ-ନେଦରଲାଣ୍ଡସ୍‌ କ୍ୱାର୍ଟରଫାଇନାଲ୍‌

ଭୁବନେଶ୍ୱର: ଆୟୋଜକ ଭାରତ ହକି ବିଶ୍ୱ କପ୍‌ କ୍ୱାର୍ଟରଫାଇନାଲ୍‌ରେ ନେଦରଲାଣ୍ଡସକୁ ଭେଟିବ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହକି ମହାକୁମ୍ଭର  ଚତୁର୍ଥ କ୍ରସ୍‌ଓଭର୍‌ ମ୍ୟାଚ୍‌ରେ ନେଦରଲାଣ୍ଡସ କାନାଡ଼ାକୁ ୫-୦ ଗୋଲ୍‌ରେ ପରାସ୍ତ କରି କ୍ୱାର୍ଟରଫାଇନାଲ୍‌ରେ ପହଞ୍ଚିଛି । ମଧ୍ୟାନ୍ତର ପୂର୍ବରୁ ୧୬ ମିନିଟ୍‌ରେ ଲାର୍ସ ବାକ୍‌ ଓ ୨୦ ମିନିଟ୍‌ରେ ରବର୍ଟ କେମ୍ପରମ୍ୟାନ୍‌ ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ଦଳକୁ ୨-୦ରେ ଆଗେଇ ନେଇଥିଲେ । ବିରତି ପରେ ମଧ୍ୟ ନେଦରଲାଣ୍ଡସର ପ୍ରଭାବ ଜାରି ରହିଥିଲା ।

୪୦ ମିନିଟ୍‌ରେ ଭାନ୍‌ ଡାନ୍‌ ଦଳ ପକ୍ଷରୁ ତୃତୀୟ ଗୋଲ୍‌ ସ୍କୋର କରିଥିଲେ । ପୁଣି ତୁରନ୍ତ ଆଉ ଗୋଟିଏ ଗୋଲ୍‌ ଦେଇଥିଲେ ଥିଏରୀ ବ୍ରିଙ୍କମ୍ୟାନ୍‌ । ଯାହାଫଳରେ ଦଳ ତୃତୀୟ କ୍ୱାର୍ଟର ଖେଳ ଶେଷ ବେଳକୁ ୪-୦ରେ ପହଞ୍ଚିଥିଲା । ମ୍ୟାଚ୍‌ର ୪୮ତମ ମିନିଟ୍‌ରେ ଭାନ୍‌ଡାମ୍‌ ଆଉ ଗୋଟିଏ ଗୋଲ୍‌ ଦେଇ ଦଳକୁ ୫-୦ରେ ଜିତାଇଥିଲେ ।