ଭୁବନେଶ୍ୱର: ଚଳିତ ହକି ବିଶ୍ୱକପ ୧୪ତମ ସଂସ୍କରଣ ଏବେ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରେ ପହଞ୍ଚଛି। ଆଜି ବିଶ୍ୱକପ୍ର ପ୍ରଥମ ଦୁଇଟି କ୍ୱାର୍ଟର ଫାଇନାଲ ମ୍ୟାଚ୍ ଖେଳାଯିବ। ପ୍ରଥମ କ୍ୱାର୍ଟର ଫାଇନାଲରେ ଅଲିମ୍ପିକ୍ସ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବେ। ସେହିପରି ଏହି ଦିନ ଖେଳାଯିବାକୁ ଥିବା ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଫ୍ରାନ୍ସ ଓ ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ମୁହଁାମୁହିଁ ହେବେ।