ନୂଆଦିଲ୍ଲୀ: କଂଗ୍ରେସ ଦିନ ତମାମ ହାଇଡ୍ରାମା କରିବା ପରେ ଗୁରୁବାର ବିଳମ୍ବିତ ରାତିରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ କମଲନାଥଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲା। ତେବେ ଏଯାଏ ରାଜସ୍ଥାନ ଓ ଛତିଶଗଡ଼ରେ କିଏ ମୁଖ୍ୟମନ୍ତ୍ରୀ ହେବ, ସେକଥା ଦଳର ହାଇକମାଣ୍ଡ ସ୍ଥିର କରିପାରିନାହାନ୍ତି। ଯାହା ଖବର ମିଳିଛି ଆଜି ସନ୍ଧ୍ୟା ସୁଦ୍ଧା ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାଁ ସାମ୍ନାକୁ ଆସିବ। ଏନେଇ ଗତକାଲି ବିଳମ୍ବତି ରାତି ଯାଏ କଂଗ୍ରେସ ଶିବିରରେ ମାରାଥନ ଆଲୋଚନା ଚାଲିଥିଲା।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପାଇଁ ଅଶୋକ ଗେହଲଟ ଏବଂ ସଚିନ୍ ପାଇଲଟ୍ ଥିବା ବେଳେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପାଇଁ ୩ ଜଣ ଦାବିଦାର ରହିଛନ୍ତି।ବିଶେଷ କରି ରାଜସ୍ଥାନରେ କଂଗ୍ରେସ କାହାକୁ ମୁଖ୍ୟମନ୍ତ୍ରୀ କରିବ, ତାକୁ ନେଇ ଅଡ଼ୁଆରେ ପଡ଼ିଛି। କାରଣ ସଚିନ୍ ପାଇଲଟ୍ ଯୁବଗୋଷ୍ଠୀଙ୍କ ପସନ୍ଦ ହୋଇଥିବା ବେଳେ ଅଶୋକ ଗେହେଲଟ୍ଙ୍କ ପାଖରେ ଅଭିଜ୍ଞତା ରହିଛି।ସେହିପରି ଉଭୟ ନେତାଙ୍କ ସମର୍ଥକମାନେ ତାଙ୍କ ପ୍ରିୟନେତା ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଦାବି କରୁଛନ୍ତି। ଏପରି ସ୍ଥିତିରେ କଂଗ୍ରେସ ଅଧ୍ୟକ୍ଷ ଯାହାକୁ ବି ବାଛିଲେ ଦଳୀୟ କନ୍ଦଳ ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ଗୁରୁବାର ବିଳମ୍ବିତ ରାତିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ତାଙ୍କ ବସଭବନକୁ ସଚିନ ପାଇଲଟଙ୍କୁ ଡାକି ୱାନ୍ ଟୁ ୱାନ୍ ଆଲୋଚନା କରିଥିଲେ।
Sign in
Sign in
Recover your password.
A password will be e-mailed to you.