Odia News Portal

ସିନିୟର ଟେନିସ୍ ବଲ୍ କ୍ରିକେଟ୍ ଚମ୍ପିୟନସିପ୍ ପାଇଁ ଓଡିଶା ବାଳକ ଓ ବାଳିକା ଦଳ ଘୋଷିତ

ଭୁବନେଶ୍ବର/ ଆନ୍ଧ୍ର ପ୍ରଦେଶର ବିଜୟଗୁଡା ଠାରେ ଆସନ୍ତା ୨୨ ତାରିଖରୁ ୨୯ତମ ସିନିୟର ଟେନିସ୍ ବଲ୍ କ୍ରିକେଟ୍ ଚାମ୍ପିଅନସିପ୍ ଅନୁଷ୍ଠିତ ହେବାକୁ ଯାଉଛି l ଏଥିରେ ଭାଗ ନେବା ପାଇଁ ଓଡ଼ିଶା ଟେନିସ୍ ବଲ୍ କ୍ରିକେଟ୍ ସଂଘ ପକ୍ଷରୁ ବାଳକ ଓ ବାଳିକା ମିଶି ୩୦ ଜଣ ଖେଳାଳିଙ୍କୁ ଚୟନ କରାଯାଇଛି l

ବାଳକ ଦଳ -: ପ୍ରକାଶ ସାହୁ (ଅଧିନାୟକ) ସୂର୍ଯ୍ୟକାନ୍ତ ବିଶ୍ୱାଳ, ରାକେଶ କୁମାର ମହାନ୍ତି (ଉପ ଅଧିନାୟକ), ସତ୍ଯ ସୁନ୍ଦର ମଲ୍ଲିକ, ଆଶିଷ କୁମାର ରଥ, ଆଶିଷ କୁମାର ବଡତ୍ୟ,ଏ ନେହିତ୍, ଶୈଖ୍ ଘୋଷ, ରିତେଶ ସାହୁ, ସୌମ୍ୟରଞ୍ଜନ ରଞ୍ଜନ ଜେନା, ଦିବ୍ୟପ୍ରକାଶ ସାହୁ, ବିଶ୍ୱଜିତ ପ୍ରଧାନ, ଶିବ ପ୍ରସାଦ ନାୟକ, ଜ୍ୟୋତିମୟ ପାତ୍ର, ଅଶ୍ୱିନୀ ଜେନା

ବାଳିକା ଦଳ -: ସୁନିତା କୁମାରୀ ପଣ୍ଡା (ଅଧିନାୟକ ) ଅପର୍ଣ୍ଣା ସାହୁ, ସୌମ୍ୟଶ୍ରୀ ବେହେରା, ପ୍ରିତିଲତା ନାୟକ, ମଧୁସ୍ମିତା ରଥ, ବିକି ନାୟକ, ରଞ୍ଜିତା ନାୟକ, ରୈଲ୍ସ ଭାତ୍ର, ରାଜେଶ୍ୱରୀ ନାୟକ, ଜୋସ୍ନା ହରିଜନ, ଇତିଶ୍ରୀ ବିଷି ନାୟକ, ସଞ୍ଜୁ ସବର, ସୁପ୍ରିତା କଲକ, ଗୀତାଞ୍ଜଳି ନାୟକ

ଏହି ଦୁଇ ଟିମର କୋଚ୍ ଦାୟିତ୍ବ ତଥା ଅଭିଜ୍ଞ ଖେଳାଳି ଚ଼କ୍ରଧର ମାଝି ତୁଲାଉଥିବାବେଳେ ରଞ୍ଜନ କୁମାର ନାୟକ ମ୍ୟାନେଜର ଦାୟିତ୍ବରେ ରହିବେ l ଓଡ଼ିଶା ଟେନିସ୍ ବଲ୍ କ୍ରିକେଟ୍ ସଂଘର ସମ୍ପାଦକ ଶିଥିଲ୍ କୁମାର ପଣ୍ତା ସୂଚନା ଦେଇଛନ୍ତି l ଏହି ଚମ୍ପିଆନ୍ ସିପ୍ ପାଇଁ ଓଡ଼ିଶା ଦଳ ୨୧ ତାରିଖରେ ଯାତ୍ରା କରିବେ l