ଚୀନ: ଇତିହାସ ରଚିଲେ ପିଭି ସିନ୍ଧୁ । ୱାର୍ଲ୍ଡ ଟୁର ଫାଇଲାନରେ ବିଜୟୀ ହୋଇଛନ୍ତି ସିନ୍ଧୁ । ୱାର୍ଲ୍ଡ ଟୁର ଫାଇନାଲ ଜିତିବାରେ ସିନ୍ଧୁ ହେଉଛନ୍ତି ପ୍ରଥମ ଭାରତୀୟ । ରବିବାର ଖେଳା ଯାଇଥିବା ଫାଇନାଲରେ ମହିଳା ଏକକ ବର୍ଗରେ ସିନ୍ଧୁ ଚାମ୍ପିଅନ ହୋଇଛନ୍ତି । ଜାପାନର ନୋଜୋମୀ ଓକୁହାରଙ୍କୁ ସିଧା ସେଟରେ ହରାଇ ସିନ୍ଧୁ ବିଜୟ ହାସଲ କରିଛନ୍ତି ।
ଓକୁହାରାଙ୍କୁ ସିନ୍ଧୁ ୨୧-୧୯, ୨୧-୧୭ ସେଟରେ ପରାସ୍ତ କରିଛନ୍ତି । ଏହା ସିନ୍ଧୁଙ୍କ କ୍ୟାରିୟରର ୧୪ତମ ଟାଇଟଲ ।