Odia News Portal

ଓଡିଶାରେ ଓମିକ୍ରନ ସଂଖ୍ୟା ୮ ରେ ପହଞ୍ଚଲା

ଦିନକୁ ଦିନ ବଢିବାରେ ଲାଗିଛି ଓମିକ୍ରନ ।ରାଜ୍ୟରେ ଆଉ ୪ ଜଣ ଓମିକ୍ରନ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ବିଦେଶ ଫେରନ୍ତା । ୪ ଜଣଙ୍କ ମଧ୍ୟରୁ ୨ ଜଣ ନାଇଜେରିଆରୁ ଫେରିଥିଲେ । ଆଉ ଦୁଇ ଜଣ ୟୁଏଇ ଫେରନ୍ତା । ସମସ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇଛି ।
ସେଥିମଧ୍ୟରୁ ନାଇଜେରିଆ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ RTPCR ରିପୋର୍ଟ ନେଗେଟିଭ୍ ଆସିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ପୂର୍ବରୁ ୪ ବିଦେଶ ଫେରନ୍ତା ଓମିକ୍ରନ୍ ଆକ୍ରାନ୍ତ ହୋଇଥିଲେ । ଏବେ ୪ ଆକ୍ରାନ୍ତ ଚିହ୍ନଟ ନେଇ ILS ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ଜଣାଯାଇଛି ।