Odia News Portal

ରୌପ୍ୟ ବିଜୟୀ ସ୍କୁଲ ଗେମ ଟେନିସ ବଲ କ୍ରିକେଟ ଦଳକୁ ସମ୍ବର୍ଦ୍ଧନା

ଭୁବନେଶ୍ବର: ନିକଟରେ ମଧ୍ୟପ୍ରଦେଶର ନିମଛ ଠାରେ ଅନୁଷ୍ଠିତ ୬୪ତମ ଜାତୀୟ ସ୍କୁଲ ଗେମ୍ ଟେନିସ ବଲ ଚମ୍ପିୟାନସିପରେ ରନର୍ସଅଫ୍ ଓଡ଼ିଶା ଦଳକୁ ଆଜି ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଓଡ଼ିଆ ଦଳ ହରିଆନା ଠାରୁ ଫାଇନାଲରେ ପରାସ୍ତ ହୋଇ ପ୍ରଥମ ଥର ପାଇଁ ରନର୍ସଅଫ୍ ହୋଇଛି। ଏହି ସଫଳତା ସହ ଦଳ ମଧ୍ୟ ରୈ।ପ୍ୟ ପଦକ ହାସଲ କରିଥିଲା। ଜୁନିଯର ଦଳ ଆଜି ଭୁବନେଶ୍ବରରେ ପହଞ୍ଚିବା ପରେ ସମସ୍ତ ଖେଳାଳିଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା।

ଭୁବନେଶ୍ବର ରେଲୱେ ଷ୍ଟେସନରେ ଓଡ଼ିଶା ଟେନିସ ବଲ କ୍ରିକେଟ ସଂଘର ସମ୍ପାଦକ ଶିଥିଳ କୁମାର ପଣ୍ଡା, ଯୁଗ୍ମ ସହ ସମ୍ପାଦକ ସୋମନାଥ ପରିଡ଼ା, ଓଡ଼ିଶା ଦଳର କୋଚ୍ ଚକ୍ରଧର ମାଝି ଏବଂ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ସେଠାରେ ପହଞ୍ଚି ଖେଳାଳି ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ପୁଷ୍ପ ଗୁଛ ଦେଇ ସ୍ବାଗତ କରିଥିଲେ।