Odia News Portal

ରାଜ୍ୟରେ ୨୪ ଘଣ୍ଟାରେ ୨୭୦୩ କରୋନା ଆକ୍ରନ୍ତ ଚିହ୍ନଟ

ରାଜ୍ୟରେ ଆତଙ୍କ ଖେଳାଉଛି କରୋନା ହୁ ହୁ ହୋଇ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ନୂଆ ୨୭୦୩ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୯୨୬ ଜଣ ନୂଆ ପଜିଟିଭ୍ ବାହାରିଛନ୍ତି। କ୍ୱାରେଣ୍ଟାଇନରୁ ୧୫୭୯ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୧୨୪ ରହିଛି । ଆଜି ସୁନ୍ଦରଗଡ଼ରୁ ୪୫୪, କଟକରୁ ୧୯୧ ଓ ସମ୍ବଲପୁରରୁ ୧୭୯ ଜଣ ଚିହ୍ନଟ ହୋଇଛନ୍ତି। ଏଣୁ ଆଗକୁ ପରିସ୍ଥିତି ଜଟିଳ ହେବା ନେଇ ସ୍ପଷ୍ଟ ହୋଇଛି।
ସଂକ୍ରମଣ ହାର ବଢ଼ୁଥିବାରୁ ଆଜିଠୁ ରାଜ୍ୟରେ ରତି ୯ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି। ଯଦି ଲୋକେ ଏହି ନିୟମ ମାନିବେ ତେବେ ସଂକ୍ରମଣ ହ୍ରାସ ପାଇବା ସମ୍ଭାବନା ରହିଛି।