Odia News Portal

ଆଜି ଶେଷ ଟେଷ୍ଟ : ଭାରତ ପାଇଁ ମ୍ୟାଚ୍‌ ଜିତି ସରିଜ୍‌ ବିଜୟ ରେକର୍ଡ଼ ସୃଷ୍ଟି କରିବା ଚ୍ୟାଲେଞ୍ଜ

ସିଡନୀ : ଆଜି  ସିଡନୀ କ୍ରିକେଟ୍‌ ଗ୍ରାଉଣ୍ଡରେ ଚତୁର୍ଥ ତଥା ଶେଷ ଟେଷ୍ଟ । ଅଷ୍ଟ୍ରେଲିଆ ମାଟିରେ ଭାରତ ପାଇଁ ଆଉ ଏକ ମ୍ୟାଚ୍‌ ଜିତି ସରିଜ୍‌ ବିଜୟ ରେକର୍ଡ଼ ସୃଷ୍ଟି କରିବାର ବଡ଼ ଚ୍ୟାଲେଞ୍ଜ ରହିଛି । ଅବଶ୍ୟ ମ୍ୟାଚ୍‌ ଯଦି ଡ୍ର ରହେ ତେବେ ବି ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ମାଟିରେ ସର୍ବପ୍ରଥମ ଟେଷ୍ଟ ସିରିଜ୍‌ ଜିତିବାର ଇତିହାସ ସୃଷ୍ଟି କରିବ ବିରାଟ କୋହଲିଙ୍କ ଅଧୀନରେ । ଯାହା କରି ପାରିନଥିଲେ ସୁନୀଲ ଗାଭାସ୍କର, କପିଳ ଦେବ, ସୌରଭ ଗାଙ୍ଗୁଲି କିମ୍ବା ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନି । ସିଡନୀ ଟେଷ୍ଟ ପାଇଁ ଭାରତ ଆଜି ଏକ ୧୩ ଜଣିଆ ଦଳ ଘୋଷଣା କରିଛି । ଏଥିରେ ସ୍ପିନର୍‌ ରବିଚନ୍ଦ୍ର ଅଶ୍ୱିନ୍‌ଙ୍କୁ ସାମିଲ କରାଯାଇଛି । ତେବେ ଅଶ୍ୱିନ୍‌ ପୂରା ଫିଟ୍‌ ନଥିବାରୁ ସେ ଚୂଡ଼ାନ୍ତ ଦଳରେ ଖେଳିବେ କି ନାହିଁ କାଲି ସକାଳେ ସ୍ଥିର ହେବ । ଚଳିତ ସିରିଜ୍‌ର ପ୍ରଥମ ଟେଷ୍ଟର ଚତୁର୍ଥ ଦିବସରେ ତଳିପେଟରେ ଆଘାତ ଲାଗିବାରୁ ଅଶ୍ୱିନ୍‌ ଆଉ ଖେଳି ପାରି ନାହାନ୍ତି । ଗତକାଲି ସେ ଦଳର ଖେଳାଳିମାନଙ୍କ ସହିତ ଅଭ୍ୟାସ କରିବା ଦେଖା ଯାଇଥିଲା । ଆଜି ଟିମ୍‌ ଘୋଷଣା ପୂର୍ବରୁ ଅଧିନାୟକ କୋହଲି କହିଥିଲେ ଯେ ଅଶ୍ୱିନ୍‌ ଶେଷ ମ୍ୟାଚ୍‌ରେ ଖେଳି ପାରିବେ ନାହିଁ ବୋଲି ଜାଣିବା ପରେ ଖୁବ୍‌ ମର୍ମାହତ ହୋଇଛନ୍ତି । ତେବେ ଠିକ୍‌ ପରେ ପରେ ୧୩ ଜଣିଆ ଦଳରେ ତାଙ୍କର ନାଁ ଥିବା ଜଣାପଡ଼ିଥିଲା ।
ବାକୁ ଭାରି ଆଗ୍ରହୀ । ସେପଟେ ଅଚାନକ ଭାବେ ପେସ୍‌ ବୋଲର ଇଶାନ୍ତ ଶର୍ମାଙ୍କୁ ଦଳରୁ ବାଦ୍‌ ଦିଆଯାଇଛି । ତାଙ୍କ ସ୍ଥାନରେ ଆସିଛନ୍ତି ଉମେଶ ଯାଦବ । ଆହୁରି ମଧ୍ୟ ରବୀନ୍ଦ୍ର ଜାଡେଜା ଓ ଅଶ୍ୱିନ୍‌ଙ୍କ ସହିତ ସ୍ପିନର କୁଲଦୀପ ଯାଦବଙ୍କୁ ୧୩ ଜଣିଆ ଦଳରେ ସାମିଲ କରାଯାଇଛି ।