Odia News Portal

ଆଜି ହେବ ରାଜନୀତିର ସୁପରହିଟ୍ ମହାମୁକାବିଲା : କ’ଣ କହିବେ ମୋଦୀ-ନବୀନ ?

ଭୁବନେଶ୍ୱର: ଓଡ଼ିଶାରେ ଗୋଟିଏ ଦିନରେ ଦୁଇ ଦୁଇଟା ହାଇଭୋଲଟେଜ୍ ସଭା ହେବ। ଆଜି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରିପଦା ଆସୁଥିବା ବେଳେ ପୁରୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିକାଶ ଏଜେଣ୍ଡା ନେଇ ପ୍ରଧାନମନ୍ତ୍ରୀ ସ୍ୱାଭିମାନ ସମାବେଶ କରିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିପାରନ୍ତି। ତେବେ ଖୋର୍ଦ୍ଧାରେ ଅପେକ୍ଷାକୃତ ନରମ ଆଭିମୁଖ୍ୟ ଗ୍ରହଣ କରିଥିବାରୁ ମୋଦି ବାରିପଦାରେ କଣ କହିବେ, ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ସେପଟେ ମୋଦିଙ୍କ କାର୍ଯ୍ୟକ୍ରମକୁ କାଉଣ୍ଟର କରିବା ଲାଗି ପୁରୀରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଏକାଠି କରି ଆର୍ଥିକ ସହାୟତା ଦେବେ ନବୀନ।