Odia News Portal

ଭୁବନେଶ୍ବରରେ ପହଞ୍ଚିଲେ ଟିମ୍ ଇଣ୍ଡିଆ ଓ ସାଉଥଆଫ୍ରିକା

ଭୁବନେଶ୍ବରରେ ପହଞ୍ଚିଲେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଟି-ଟୋଣ୍ଟି ଟିମ୍ । ବିମାନବନ୍ଦରରେ ଖେଳାଳିମାନଙ୍କୁ ସ୍ବାଗତ କରାଯିବା ପରେ ସେମାନଙ୍କୁ ଦୁଇଟି ବସ୍ ଯୋଗେ କଡା ସୁରକ୍ଷା ଭିତରେ ହୋଟେଲକୁ ନିଆଯାଇଛି । ତେବେ ବିମାନବନ୍ଦର ଠାରୁ ହୋଟେଲ ମେ ଫେୟାର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଟିମ୍ ଇଣ୍ଡିଆ ଓ ଦକ୍ଷିଣ ଆଫ୍ରିକା କ୍ରିକେଟିୟରଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ହୋଟେଲ ଠାରେ ମଧ୍ୟ ଦୁଇଦେଶର ଖେଳାଳିମାନଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଖେଳାଳିଙ୍କୁ ସ୍ବାଗତ କରିବା ପାଇଁ ହୋଟେଲ ମେ ଫେୟାର ନିକଟରେ ପାରଂପରିକ ବାଦ୍ୟ ନୃତ୍ୟ ଆୟୋଜନ କରାଯାଇଥିଲା । ଆସନ୍ତା 12 ତାରିଖରେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟି-ଟୋଣ୍ଟି ମ୍ୟାଚ୍ ହେବ ।