Odia News Portal

ପିପିଲି ପୀଡ଼ିତାଙ୍କ ପରିବାରକୁ ଭେଟି ଫେରୁଥିବା ବେଳେ ଧର୍ମେନ୍ଦ୍ରଙ୍କୁ ଧମକ

ଭୁବନେଶ୍ୱର: ପିପିଲି ବିଧାୟକ ପ୍ରଦୀପ ମହାରଥୀ ମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ଗଣଦୁଷ୍କର୍ମ ଶୀକାର ହୋଇଥିବା ପୀଡ଼ିତାର ପରିବାରକୁ ଆଜି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାକ୍ଷାତ କରିଛନ୍ତି। ପରିବାର ସଦସ୍ୟମାନଙ୍କ ସହ ଆଲୋଚନା ପରେ ସେମାନଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇ ଦେବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିବେଦନ କରିଛନ୍ତି। ଏହାସହିତ ପୀଡ଼ିତା ପରିବାରକୁ ନ୍ୟାୟ ଦେବା ନିମନ୍ତେ ନିରପେକ୍ଷ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ  କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଭାବପ୍ରବଣ ହୋଇ ନିଜର ଅସହାୟତା ପ୍ରକଟ କରିବା ସହ ସେ ଗଣମାଧ୍ୟମର ଶରଣ ପଶୁଛନ୍ତି ଓ ସୁରକ୍ଷା ଚାହୁଁଛନ୍ତି ବୋଲି କହିଥିଲେ। ସେ କହିଥିଲେ ଯେ, ଗଣତନ୍ତ୍ରରେ ଶାସକ ଦଳର ଶକ୍ତିଶାଳୀ ଲୋକମାନେ ପ୍ରଭାବୀ ହେଲାବେଳେ ଗଣମାଧ୍ୟମର ଶରଣକୁ ଯିବାକୁ ପଡ଼େ। ଗଣମାଧ୍ୟମର ବହୁତ ବଡ଼ ଭୂମିକା ରହିଛି। ଏ ରାଜ୍ୟରେ ଛବିରାଣୀ ହତ୍ୟାକାଣ୍ଡ ଲୋକଙ୍କ ମଧ୍ୟରେ ଭାବନାତ୍ମକ ପରିବର୍ତନ କରିଥିବାବେଳେ ଅଞ୍ଜନା ମିଶ୍ର ଧର୍ଷଣ ଘଟଣା ରାଜ୍ୟର ରାଜନୀତିକ ପଟ୍ଟ ପରିବର୍ତ୍ତନ କରିଛି। ଗଣମାଧ୍ୟମ ନିଜର ରିପୋର୍ଟ ମାଧ୍ୟମରେ ଏ ଅହଙ୍କାରୀ,ମଦମସ୍ତ, ବ୍ୟଭିଚାରୀ ସରକାରର ନିଦକୁ ଭାଙ୍ଗନ୍ତୁ ବୋଲି ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି