Odia News Portal

ଆସନ୍ତା କାଲି ଦିଲ୍ଲୀ ଦୋହଲାଇବ ବିଜେଡି, ସଚ୍ଚିବାଳୟ ଓ ନବୀନ ନିବାସ ଘେରିବ ବିଜେପି

ଭୁବନେଶ୍ବର: ଦଳମାନଙ୍କର ବନ୍ଦ ଡାକରା । ଏପଟେ କୃଷି ଓ କୃଷକ ପ୍ରସଙ୍ଗରେ କମ୍ପିବ ଭୁବନେଶ୍ବରରୁ ଦିଲ୍ଲୀ । ଚାଷ ଓ ଚାଷୀ ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇଛନ୍ତି ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ । ଧାନର ସହାୟକ ମୂଲ୍ୟ ବୃଦ୍ଧି ନେଇ ଦିଲ୍ଲୀରେ ବିକ୍ଷୋଭ ଓ ପ୍ରଦିବାଦ କରିବ ବିଜେଡି । ଏପଟେ ରାଜ୍ୟ ସରକାରଙ୍କ କୃଷି ନୀତି ବିରୋଧରେ ରାସ୍ତାକୁ ଓହ୍ଲାଇବ ବିଜେପି । ଦିଲ୍ଲୀରେ ଓହ୍ଲାଇଲା ଟିମ୍‌ ବିଜେଡି ।  ଚାଷ ଓ ଚାଷୀ ପ୍ରସଙ୍ଗରେ ଦିଲ୍ଲୀ ଦୋହଲାଇବ ।  ଧାନର ସହାୟକ ମୁଲ୍ୟ  ୨୯୦୦ ଟଙ୍କାକୁ ବୃଦ୍ଧି ଦାବିରେ କାଲି ସଂସଦ ଭବନ ଆଗରେ ବିକ୍ଷୋଭ ପ୍ରତିବାଦ କରିବ । ରାଷ୍ଟ୍ରପତିଙ୍କୁ ଭେଟି  ସ୍ମାରକ ପତ୍ର  ଦେବ ଦଳ । ଦିଲ୍ଲୀରେ ବିଜେଡିର ପ୍ରତିବାଦର ନେତୃତ୍ବ ନେବାକୁ  ନିଜେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଦିଲ୍ଲୀରେ ପହଁଛିନ୍ତି । । ୨୦୧୪ ନିର୍ବାଚନ ବେଳେ ବିଜେପି ନିଜ ମେନିଫେଷ୍ଟୋରେ ଏମଏସପି ବୃଦ୍ଧି ନେଇ ପ୍ରତିଶ୍ରୁତି ଦେଇଥିଲା, ତାହା ପୁରଣ ହେଲାନି । ୨୯ଶହ ଟଙ୍କା ଏମଏସପି କରିବା ପାଇଁ ଓଡ଼ିଶାର ପ୍ରସ୍ତାବକୁ କେନ୍ଦ୍ର ଗ୍ରହଣ କରୁନଥିବାରୁ  ଏହାର ପ୍ରତିବାଦ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ବିଜେପି କହିଛି କେନ୍ଦ୍ର ସରକାର ଯେତିକି ଏମେସପି ଦେଉଛନ୍ତି ତାହା ,ଚାଷୀଙ୍କ ପାଖରେ ପହଁଚୁନି। ବିଜେଡି ଦିଲ୍ଲୀରେ ଗର୍ଜିବା ବେଳେ ଭୁବନେଶ୍ବରେ ସମାନ ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇବ ବିଜେପି । ରାଜ୍ୟର ଧାନମଣ୍ଡି ଖୋଲିବା କଟନି ଛଟନି ବାହାନାରେ ଚାଷୀଙ୍କୁ ଶୋଷଣ ବନ୍ଦ କରିବା । କେନ୍ଦ୍ରସରକାର ଦେଉଥିବା ଧାନର ସହାୟକ ମୁଲ୍ୟ ୧୭୬୦ ଚାଷୀଙ୍କ ପାଖରେ ପହଁଚାଇବା ଦାବି ନେଇ ରାସ୍ତାକୁ ଓହ୍ଲାଇବ ବିଜେପି । ବିଜେପି କିଶାନ ମୋର୍ଚ୍ଚା ସଚିବାଳୟ ଘେରାଉ କରିବା ସହ ନବୀନ ନିବାସ ଘେରାଉ କରିବ। ବିଜେଡି ଏହାର ଜବାବ ରଖିଥିବା ବେଳେ କଂଗ୍ରେସ ଚାଷୀ ପ୍ରସଙ୍ଗରେ ଉଭୟ ବିଜେଡି ଓ ବିଜେଡିକୁ ସମାଲୋଚନା କରିଛି ।