Odia News Portal

ଅହମ୍ମଦାବାଦରେ ବିଶ୍ୱର ସବୁଠୁ ବଡ କ୍ରିକେଟ ଷ୍ଟାଡିୟମ

ବିଶ୍ୱର ସବୁଠୁ ବଡ କ୍ରିକେଟ ଷ୍ଟାଡିୟମର ନିର୍ମାଣ କରି ଆଉ ଏକ ରେକର୍ଡ କରିବାକୁ ଯାଉଛି ଭାରତ । ଆଉ ଏହି ବୃହତକାୟ ଷ୍ଟାଡିୟମ ଗୁଜରାଟ ଅହମ୍ମଦାବାଦର ମୋଟେରାରେ ନିର୍ମାଣ ଚାଲିଛି ।

କ୍ରିକେଟ ପାଗଳ ଦେଶ ଭାରତ । ଏଠାରେ କ୍ରିକେଟକୁ ପୂଜା କରିଥାନ୍ତି ଲୋକେ । ଯଦି ଟିମ୍ ଜିତିଯାଏ ତେବେ ଜୋରଦାର ସେଲିବ୍ରେସନ ଦେଖିବାକୁ ମିଳିଥାଏ । ଆଉ ଯଦି ଟିମ୍ ହାରିଯାଏ ତେବେ କଥା ସରିଲା । ଟିଭି ଭଙ୍ଗା ଠାରୁ ଆରମ୍ଭ କରି ଖେଳାଳିଙ୍କୁ ମନଇଚ୍ଛା ଗାଳି ଦେଇଥାନ୍ତି କ୍ରିକେଟ ପ୍ରେମୀ । ଆଉ ଏଭଳି କ୍ରିକେଟ ପ୍ରେମୀଙ୍କ ପାଇଁ ଏବେ ଗୁଜରାଟରେ ବିଶ୍ୱର ବଡ କ୍ରିକେଟ ଷ୍ଟାଡିୟମ ନିର୍ମାଣ ଚାଲିଛି । ଆଉ ଷ୍ଟାଡିୟମ ନିର୍ମାଣ ସମୟର କିଛି ଫଟୋ ଗୁଜରାଟ କ୍ରିକେଟ ଆସୋସିଏସନର ଉପସଭାପତି ପରିମଳ ନାଥବାଣୀ ନିଜର ଟ୍ୱିଟର ପେଜରେ ସେୟାର କରିଛନ୍ତି । ଆକାଶପଥରୁ ଏହି ଷ୍ଟାଡିୟମ ବେଶ ସୁନ୍ଦର ଦେଖାଯାଉଛି ।