Odia News Portal

ମଙ୍ଗ ଧରିଲେ ମାନସ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ମାନସ ରଞ୍ଜନ ମଙ୍ଗରାଜଙ୍କୁ ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ଭାବେ ନିଯୁକ୍ତି ଦେଇଛନ୍ତି। ଏ ସମ୍ପର୍କରେ ଦଳର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ ବିବୃତି ଜରିଆରେ ଏହି ସୂଚନା ଦେଇଛନ୍ତି।

ଗଣମାଧ୍ୟମ ସହ ସଂପର୍କ ଓ ସମନ୍ୱୟ ବଢ଼ାଇବା ପାଇଁ ପୂର୍ବରୁ ଏହି ଯୁବନେତାଙ୍କୁ ଛପା ଗଣମାଧ୍ୟମ ସଂଯୋଜକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ମାନସ ତାକୁ ମଧ୍ୟ ଗୁରୁତ୍ବ ସହକାରେ ନିଭାଇଥିଲେ। ତାଙ୍କ କାର୍ଯ୍ୟ ଶୈଳୀ ରେ ସନ୍ତୋଷ ପ୍ରକଟ କରି ନବୀନ ତାଙ୍କୁ ଆଉ ଏକ ଗୁରୁଦାୟିତ୍ଵ ଦେଇଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସାମ୍ବାଦିକତାରୁ କ୍ୟାରିୟର୍‌ ଆରମ୍ଭ କରିଥିବା ଶ୍ରୀ ମଙ୍ଗରାଜ ଜଣେ ଦକ୍ଷତାସଂପନ୍ନ, ଦୃଢ଼ ସଂଗଠକ ଓ ମିଡିଆ ଜଗତରେ ଜଣାଶୁଣା ଚେହେରା। ତେବେ ଶ୍ରୀ ମଙ୍ଗରାଜ ପୂର୍ବଭଳି ବିଜେଡିର କୋରାପୁଟ ଓ ନବରଙ୍ଗପୁର ସହ ପ୍ରଭାରୀ ଭାବେ କାର୍ଯ୍ୟ କରିବେ। ସେ ମିଡିଆ ପ୍ୟାନେଲିଷ୍ଟ ମଧ୍ୟ ଅଛନ୍ତି।

ମାନସଙ୍କ ଏହି ନିଯୁକ୍ତିରେ ତାଙ୍କ ଅଂଚଳରେ ସମର୍ଥକ ଓ ଶୁଭେଛୁଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି । ସେମାନେ ବାଣ ଫୁଟାଇ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତିକୁ ସ୍ୱାଗତ କରିବା ସହ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।