Odia News Portal

ରେଳ ପଥରେ ନିଯୁକ୍ତି,ତୁରନ୍ତ କରନ୍ତୁ ଆବେଦନ

East Coast Railway Recruitment ୨୦୨୨: ଯେଉଁ ପ୍ରାର୍ଥୀମାନେ ଭାରତୀୟ ରେଳବାଇରେ ଯୋଗଦେବାକୁ ଆଗ୍ରହୀ, ଏଠାରେ ଆପଣଙ୍କ ପାଇଁ ଏକ ଚାକିରି ସୁଯୋଗ ରହିଛି । ଇଷ୍ଟକୋଷ୍ଟ ରେଳବାଇ (ECR) ନର୍ସିଂ ସୁପରିଟେଣ୍ଡେଣ୍ଟ , ଫାର୍ମାସିଷ୍ଟ ଏବଂ ଅନ୍ୟାନ୍ୟ ପଦବୀ ପାଇଁ ପ୍ରାର୍ଥୀ ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ଘୋଷଣା କରିଛି। ଯେଉଁମାନେ ଏହି ପଦବୀ ପାଇଁ ଆଗ୍ରହୀ ଏବଂ ଯୋଗ୍ୟ ଅଟନ୍ତି, ସେମାନେ ଡିସେମ୍ବର ୩୧, ୨୦୨୨ ପୂର୍ବରୁ ନିର୍ଦ୍ଧାରିତ ଫର୍ମାଟ୍ ମାଧ୍ୟମରେ ଆବେଦନ କରିପାରିବେ। ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଯୋଗ୍ୟ ତଥା ଇଚ୍ଛୁକ ପ୍ରାର୍ଥୀମାନେ ସେମାନଙ୍କ ପ୍ରମାଣପତ୍ରର ସ୍କାନ୍ ହୋଇଥିବା କପି ପଠାଇ ଏଥିପାଇଁ ଆବେଦନ କରିପାରିବେ। ଏଥିପାଇଁ ସେମାନଙ୍କର ପ୍ରମାଣପତ୍ରର ସ୍କାନ ହୋଇଥିବା କପି, କାର୍ୟ୍ୟ ଅଭିଜ୍ଞତା ଇମେଲ id cms_sdp@sbp.railnet.gov.in କୁ ପଠାଇବାକୁ ପଡିବ ।
ପୂର୍ବ ତଟ ରେଳ ନିଯୁକ୍ତି ୨୦୨୨: ଖାଲି ପଡିଥିବା ବିବରଣୀ
ନର୍ସିଂ ସୁପରିଟେଣ୍ଡେଣ୍ଟ : ୪ ଟି ପୋଷ୍ଟ
ଫାର୍ମାସିଷ୍ଟ: ୨ ଟି ପୋଷ୍ଟ
ହସ୍ପିଟାଲ୍ ଆଟେଣ୍ଡାଣ୍ଟ: ୪ ଟି ପୋଷ୍ଟ
ହାଉସ କିପିଙ୍ଗ ଆସିସଷ୍ଟାଣ୍ଡ : ୪ ଟି ପୋଷ୍ଟ
ପୂର୍ବ ତଟ ରେଳ ନିଯୁକ୍ତି ୨୦୨୨: ଦରମା
ନର୍ସିଂ ସୁପରିଟେଣ୍ଡେଣ୍ଟ: ୪୪୯୦୦ ଟଙ୍କା + ଅନ୍ୟାନ୍ୟ ଭତ୍ତା
ଫାର୍ମାସିଷ୍ଟ: ୨୯୨୦୦ ଟଙ୍କା + ଅନ୍ୟାନ୍ୟ ଭତ୍ତା
ହସ୍ପିଟାଲ୍ ଆଟେଣ୍ଡାଣ୍ଟ, ହାଉସ୍ କିପିଙ୍ଗ୍ ଆସିଷ୍ଟାଣ୍ଟ: ୧୮୦୦୦ ଟଙ୍କା + ଅନ୍ୟାନ୍ୟ ଭତ୍ତା
ଶିକ୍ଷାଗତ ଯୋଗ୍ୟତା :
ନର୍ସିଂ ସୁପରିଟେଣ୍ଡେଣ୍ଟ: ପ୍ରାର୍ଥୀମାନେ ପଞ୍ଜୀକୃତ ନର୍ସ ଏବଂ ମିଡୱାଇଫ୍ ଭାବରେ ୩ ବର୍ଷ ପାଠ୍ୟକ୍ରମର ସାର୍ଟିଫିକେଟ୍ ପାସ କରିବା ଉଚିତ୍ । କିମ୍ବା ଅନ୍ୟ ଅନୁଷ୍ଠାନରୁ B.Sc ନର୍ସିଂ B.Sc (ନର୍ସିଂ) ଡିଗ୍ରୀ ଯାହା ଭାରତୀୟ ନର୍ସିଂ କାଉନସିଲ୍ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହୋଇଥିବା ଦରକାର ।
ଫାର୍ମାସିଷ୍ଟ: ପ୍ରାର୍ଥୀମାନେ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଫାର୍ମାସିରେ ଡିପ୍ଲୋମା ସହିତ ୧୦ମ ,+ ୨ ବିଜ୍ଞାନ ପାସ୍ କରିବା ଦରକାର । ମାନ୍ୟତାପ୍ରାପ୍ତ ପ୍ରତିଷ୍ଠାନ ବା ବିଶ୍ୱବିଦ୍ୟାଳୟରୁ ଫାର୍ମାସିରେ ଫାର୍ମାସିଷ୍ଟ କିମ୍ବା ସ୍ନାତକୋତ୍ତର ଡିଗ୍ରୀ (B.Pharma) ରହିବା ଉଚିତ୍ । ଏଥିସହିତ, ଫାର୍ମାସି ଆକ୍ଟ ୧୯୪୮ ଅନୁଯାୟୀ ସେ ଏକ ପଞ୍ଜୀକୃତ ଫାର୍ମାସିଷ୍ଟ ହେବା ଆବଶ୍ୟକ ।
ହାଉସ୍ କିପିଙ୍ଗ୍ ଆସିଷ୍ଟାଣ୍ଟ, ହସ୍ପିଟାଲ୍ ଆଟେଣ୍ଡାଣ୍ଟ: ପ୍ରାର୍ଥୀମାନେ ମାଟ୍ରିକ୍ କିମ୍ବା ଏସ୍.ସି.ସି ପାସ୍ କରିବା ଉଚିତ୍ ।