Odia News Portal

ହିରୋ ମୋଟୋକର୍ପ ଆଣିଲା ପ୍ରଥମ ବିଏସ-ଭିଆଇ ସ୍କୁଟର-ପ୍ଲେଜର+୧୧୦ଏଫଆଇ

୧୦% ଉଚ୍ଚତର ଇନ୍ଧନ ଦକ୍ଷତା, ୧୦% କ୍ଷିପ୍ରତାର ତ୍ୱରଣ

ଭୁବନେଶ୍ବର : ଏହାର ଗ୍ରାହକମାନଙ୍କ ପାଇଁ ଏକ ରୋମାଂଚକ ଏବଂ ବ୍ୟାପକ ବିଏସ-ଭିଆଇ ଉତ୍ପାଦ ପୋର୍ଟଫୋଲିଓ ସୃଷ୍ଟି କରିବା ପାଇଁ ଏହାର ପ୍ରତିବଦ୍ଧତା ଦୋହୋରାଇ ହିରୋ ମୋଟୋକର୍ପ, ବିଶ୍ୱର ବୃହତମ ମଟରସାଇକେଲ ଏବଂ ସ୍କୁଟର ନିର୍ମତାକାରୀ ତାଙ୍କର ପ୍ରଥମ ବିଏସ-ଭିଆଇ ସ୍କୁଟର- ନବୀନତମ ଏବଂ ଷ୍ଟାଇଲିସ ପ୍ଲେଜର+୧୧୦ଏଫଆଇ କାରବାର ଆରମ୍ଭ କରିସାରିଛନ୍ତି । ଭାରତ ପ୍ରଥମ ବିଏସ-ଭିଆଇ ମଟରସାଇକେଲ- ଏଚଏଫ ଡିଲକ୍ସ ବିଏସ-ଭିଆଇ ଏବଂ ସ୍ପେ୍ଲଣ୍ଡର ଆଇସ୍ମାର୍ଟ ପ୍ରବେଶ କରାଇବା ପରେ ବର୍ତମାନ ହିରୋ ମୋଟୋକର୍ପ ଏହାର ଏକ ବିଏସ-ଭିଆଇ ଅନୁପାଳିତ ଇଞ୍ଜିନ ସହିତ ଲୋକପ୍ରିୟ ପ୍ଲେଜର+ ସ୍କୁଟର ପ୍ରବେଶ କରାଇଛନ୍ତି । ସମସ୍ତ ସେଗମେଂଟରେ ଲଗାତାର ଲଂଚ କରି ନୂତନ ଉତ୍ସର୍ଜନ ଅନୁଶାସନ ଅଧୀନରେ ଆସିବା ଏବଂ ତାର ବଜାର ନେତୃତ୍ୱ ଅଧିକ ଏକତ୍ରିକରଣ କରିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତି ସ୍ଥିତି ପାଇଁ ହିରୋ ମୋଟୋକର୍ପ ଅଧିକ ଗୁରୁତ୍ୱ ଦେଇଛି ।

ପୂର୍ବରୁ ଏକ ମଜଭୁତ ଗ୍ରାହକ ପସନ୍ଦ ପ୍ରାପ୍ତ କରିଥିବା ହିରୋ ମୋଟୋକର୍ପର ଲୋକପ୍ରିୟ ସ୍କୁଟର ବ୍ରାଣ୍ଡ- ପ୍ଲେଜର+୧୧୦, ବିଏସ-ଭିଆଇ ଭିନ୍ନତାରେ ସେଲ୍ଫ-ଷ୍ଟାର୍ଟ ଶୀଟ ୱିଲ ପାଇଁ ୫୪,୮୦୦ ଟଙ୍କାରେ ଏବଂ ସେଲ୍ଫ-ଷ୍ଟାର୍ଟ ଏଲଏ ୱିଲ ପାଇଁ ୫୬,୮୦୦ ଟଙ୍କାରେ ଉପଲବ୍ଧ ହେବ । କମ୍ପାନୀର ଆର ଏଣ୍ଡ ଡି ହାବ- ଜୟପୁର, ରାଜସ୍ଥାନରେ ଦ ସେଂଟର ଅଫ ଇନୋଭେସନ ଏଣ୍ଡ ଟେକ୍ନୋଲଜି (ସିଆଇଟି) ରେ ସଂପୁର୍ଣ୍ଣ ରୁପେ ନିଜ ଦ୍ୱାରା ନବୀନତମ ପ୍ଲେଜର+୧୧୦ ବିଏସ-ଭିଆଇ ଡିଜାଇନ ଏବଂ ବିକଶିତ ହୋଇଛି । ହିରୋ ମୋଟୋକର୍ପର ବୈଶିକ ଉତ୍ପାଦ ଯୋଜନା ର ମୁଖ୍ୟ ମେଲୋ ଲି ମେସନ କହିଲେ, “ଏଚଏଫ ଡିଲକ୍ସ ଏବଂ ଆଇସ୍ମାର୍ଟ ବିଏସ-ଭିଆଇ ମଟରସାଇକେଲ ପରେ ପରେ ଲଗାତାର ପ୍ଲେଜର+୧୧୦ ବିଏସ-ଭିଆଇ ଲଂଚ କରି ଆମେ ସହଜରେ ବିଏସ-ଭିଆଇ ମାନଦଣ୍ଡକୁ ଚାଲି ଯାଉଛୁ । ବ୍ରାଣ୍ଡ ପ୍ଲେଜର ର ମଜଭୁତ ଗ୍ରାହକ ସଂଯୋଗ ଥିବା ଯୋଗୁଁ ପ୍ଲେଜର+ ମଧ୍ୟ ଯୁବକ ମାନଙ୍କ ଦ୍ୱାରା ଏକ ହିଟ ହେବ ବୋଲି ଆମର ବିଶ୍ୱାସ ଅଛି । ଆଗାମୀ ସପ୍ତାହ ଗୁଡିକରେ ବଜାରରେ ବିବିଧ ବିଏସ-ଭିଆଇ ଉତ୍ପାଦ ପ୍ରବେଶ କରାଇବା ପାଇଁ ଆମେ ଏକ ଧାଡି ଠିଆ କରିଛୁ ।”

ଉନ୍ନତ ଏକ୍ସଏସଇଏନଏସ ପ୍ରାଦ୍ୟୋଗୀକ ସହିତ ପ୍ରୋଗ୍ରାମ ହୋଇଥିବା ଏଫଆଇ ଦ୍ୱାରା ସଂଚାଳିତ ନୂତନ ପ୍ଲେଜର+୧୧୦ ବିଏସ-ଭିଆଇ ତ୍ୱରଣରେ ୧୦% ଉନ୍ନତି ଏବଂ ୧୦% ଅଧିକ ଇନ୍ଧନ ଦକ୍ଷତା (ଏଫଇ) ଉନ୍ନତି ସହିତ ଜିପର ରାଇଡକୁ ବୃଦ୍ଧି କରିଥାଏ ଏହା ବ୍ୟତୀତ ସହଜ ରାଇଡ ଏବଂ ଏକ ସହଜ ଷ୍ଟାର୍ଟ ଯେକୌଣସି ସମୟରେ ଏବଂ ଯେକୌଣସି ସ୍ଥାନରେ ପ୍ରଦାନ କରିଥାଏ (ଥଣ୍ଡା ଷ୍ଟର୍ଟିଙ୍ଗର ସହଜତା) ।

ପ୍ଲେଜର+୧୧୦ ବିଏସ-ଭିଆଇ

ବିଏସ-ଭିଆଇ ଅନୁପାଳିତ ଏଫଆଇ ଇଞ୍ଜିନ
ଅସାଧାରଣ ୮ବିଏଚପି ଅ୭୦୦୦ ଆରପିଏମ ର ପାୱାର ଆଉଟପୁଟ ଏବଂ ୮.୭ ଏନଏମ ଅ୫୫୦୦ ଆରପିଏମ ର ଟର୍କ-ଅନ-ଡିମାଣ୍ଡ ପ୍ରଦାନ କରୁଥିବା ‘ଏକ୍ସଏସଇଏନଏସ ପ୍ରାଦ୍ୟୋଗୀକି’ (ଆଠ ସେନ୍ସର) ସହିତ ୧୧୦ସିିସି ବିଏସ-ଭିଆଇ ଅନୁପାଳିତ ପ୍ରୋଗ୍ରାମ ହୋଇଥିବା ଇନ୍ଧନ ଇଞ୍ଜେକ୍ସନ ଇଞ୍ଜିନ ସହିତ ନବୀନତମ ପ୍ଲେଜର +୧୧୦ ବିଏସ-ଭିଆଇ ଆସିଥାଏ । ବୃହତର ପ୍ରଦର୍ଶନ ଏବଂ ୧୦% ପର୍ଯ୍ୟନ୍ତ କ୍ଷିପ୍ରତର ତ୍ୱରଣ ସହିତ ପ୍ଲେଜର +୧୧୦ ବିଏସ-ଭିଆଇ ଏକ ୧୦%ର ଉଚ୍ଚତର ଇନ୍ଧନ ଦକ୍ଷତା ଦେଇଥାଏ । ଅଧିକା ଷ୍ଟାଇଲିସ କ୍ରୋମ ହେଡଲ୍ୟାମ୍ପ ସରାଉଣ୍ଡ ଫ୍ରଂଟ ଫେସିୟ, ସାଇଡ ଏକସେଂଟ ଏବଂ ଏକ କ୍ରୋମ ହୋଇଥିବା ୩ଡି ଲୋଗୋ ସହିତ ପ୍ଲେଜର +୧୧୦ ବିଏସ-ଭିଆଇ ଆସିଥାଏ । ଏହା ସାତୋଟି ଜୀବନ୍ତ ଏବଂ ରୋମାଂଚକ ରଙ୍ଗରେ ଉପଲବ୍ଧ- ମେଟ ରେଡ, ମେଟ ଗ୍ରୀନ, ମେଟ ଏକ୍ସିସ ଗ୍ରେ, ଗ୍ଲସି ବ୍ଲାକ, ଗ୍ଲସି ବ୍ଲୁ, ଗ୍ଲସି ହ୍ୱାଇଟ ଏବଂ ଗ୍ଲସି ରେଡ ।