Odia News Portal

ନୂଆ ଆଇକୋନିକ୍ ମୋଟୋରୋଲା ରେଜର୍ ଏବେ ଭାରତରେ

ଭୁବନେଶ୍ୱର: ମୋଟୋରୋଲା ପକ୍ଷରୁ ଆଜି ଭାରତରେ ଏହାର ନୂତନ ଆଇକୋନିକ୍ ସ୍ମାର୍ଟଫୋନ୍ ମୋଟୋରୋଲା ରେଜର୍‌ର ଉନ୍ମୋଚନ କରାଯାଇଛି, ଯାହାକି ହେଉଛି ବିଶ୍ୱର ପ୍ରଥମ କ୍ଲାମ୍‌ସେଲ୍‌-ଷ୍ଟାଇଲ୍ ଫୋଲ୍ଡେବୁଲ ଡିସ୍‌ପ୍ଲେ ସ୍ମାର୍ଟଫୋନ୍ । ଏହି ଆଇକୋନିକ୍ ଫ୍ଲିପ୍ ଫୋନ୍‌କୁ ବର୍ତମାନ ପୁଣିଥରେ ଆବିଷ୍କାର କରାଯାଇଛି । ନୂତନ ଟେକ୍ନୋଲୋଜି ଓ କିଛି ନୂଆ କୌଶଳ ସହ ଏକ ଅବିଶ୍ୱସନୀୟ ଫୁଲ୍‌-ଲେନ୍ଥ ଟଚ୍‌ସ୍କ୍ରିନ୍‌କୁ ଉନ୍ମୋଚନ କରିବା ପାଇଁ ଏହାକୁ ପ୍ରସ୍ତୁତ କରାଯାଇଛି । ଏହାର ସୁନ୍ଦର କମ୍ପାକ୍ଟ ଡିଜାଇନ୍ ସହ ରେଜର୍ ଆରାମରେ ଆପଣଙ୍କ ହାତ ପାପୁଲି କିମ୍ବା ପକେଟ୍‌ରେ ଫିଟ୍ ହେବ । ଅସାଧାରଣ ଉପକରଣରେ ନିର୍ମିତ ଓ ଅତ୍ୟାଧୁନିକ ଫିଚର ଥିବା ନୂଆ ରେଜର୍ ହେଉଛି ଏକ ସ୍ଲିକ୍ ଓ ଆଧୁନିକ ସ୍ମାର୍ଟଫୋନ୍ ।

ରେଜର୍ ଅତ୍ୟାଧୁନିକ ଓ ଏଲ୍‌ଇଡି ସ୍କ୍ରିନ୍ ଟେକ୍ନୋଲୋଜି ଓ ଫ୍ଲେକ୍ସିବୁଲ ଉପକରଣର ବ୍ୟବହାର କରିଛି ଯାହାକି ଅସମ୍ଭବ ରୂପେ ଏହାକୁ ସମ୍ପୂର୍ଣ୍ଣ ଅଧାରେ ଫୋଲ୍ଡ କରିଥାଏ । ଏହି ସ୍ମାର୍ଟଫୋନ୍‌ରେ ଏକ ଆକର୍ଷଣୀୟ ୬.୨ ଇଂଚ୍ ଫ୍ଲେକ୍ସ ଭ୍ୟୁ ଡିସ୍‌ପ୍ଲେ ଓ ଚଳଚିତ୍ର ଜଗତରେ ବ୍ୟବହୃତ ଅଲ୍‌ଟ୍ରା-ୱାଇଡ୍ ଡାଇମେନ୍‌ସନ ୨୧.୯ ସିନେମାଭିଜନ ଆସ୍‌ପେକ୍ଟ ରେସିଓ ସହିତ ଏଚ୍‌ଡିରେ ଚଳଚିତ୍ର ଓ ଭିଡିଓଗୁଡିକୁ ଅଧିକ ଜୀବନ୍ତ କରିବା ପାଇଁ ଫ୍ଲିପ୍ ଓପନ୍ କରନ୍ତୁ । ନୂଆ ରେଜର୍‌ର ବାହାର ପାଶ୍ୱର୍ରେ ଏକ ଅତ୍ୟଧିକ କାର୍ଯ୍ୟକ୍ଷମ ଓ ସ୍ୱତନ୍ତ୍ର ୨.୭ ଇଂଚ୍ ଓଏଲ୍‌ଇଡି କ୍ୱିକ୍ ଭ୍ୟୁ ଡିସ୍‌ପ୍ଲେ ରହିଛି । ଏହାର ବାହ୍ୟ ଡିସ୍‌ପ୍ଲେ ମାଧ୍ୟମରେ ନୋଟିଫିକେସନ୍‌ର ଜବାବ ଦେବା, ସେଲ୍‌ଫି ନେବା, ସଙ୍ଗୀତ ଶୁଣିବା, ଗୁଗଲ୍ ଆସିଷ୍ଟାଂଟ୍‌ର ବ୍ୟବହାର କରିବା ଭଳି ଅନେକ କାର୍ଯ୍ୟ କରିହେବ । ଟଚ୍ ସମର୍ଥିତ କ୍ୱିକ୍ ଭ୍ୟୁ ଡିସ୍‌ପ୍ଲେ ଆପଣଙ୍କୁ ସବୁ ସମୟରେ କନେକ୍ଟେଡ୍ ରଖିଥାଏ । ରେଜର୍‌ର ୧୬ ଏମ୍‌ପି ଡୁଆଲ ୟୁଜ୍ କ୍ୟାମେରା (ଏଫ୍‌/୧.୭ ଆପେର୍‌ଚର) ସହିତ ଉତ୍କୃଷ୍ଟମାନର ଫଟୋ ଓ ସେଲ୍‌ଫି ଉତୋଳନ କରନ୍ତୁ । ଷ୍ଟକ୍ ଆଣ୍ଡ୍ରଏଡ୍ ୯ ପାଏ ସଫ୍ଟୱେୟାର ଓ ମୋଟୋ ଏକ୍ସପେରିଏନ୍ସ ଦ୍ୱାରା ପରିଚାଳିତ ଏହି ନୂତନ ସ୍ମାର୍ଟଫୋନ୍ ମୋଟୋ ରେଜର୍ ଏକ ବ୍ଲଟ୍‌ୱ୍ରୋର-ଫ୍ରି, ଆଡ୍ ଫ୍ରି ସ୍ମାର୍ଟଫୋନ୍ ଅନୁଭବ ପ୍ରଦାନ କରିଥାଏ ।

ଉପଭୋକ୍ତାଙ୍କୁ ସର୍ବୋତମ କ୍ରୟ ଅଭିଜ୍ଞତା ପ୍ରଦାନ କରିବା ପାଇଁ ମୋଟୋରୋଲା ପକ୍ଷରୁ ଗ୍ରାହକଙ୍କ ପାଇଁ କିଛି ସର୍ବୋତ୍କୃଷ୍ଟ ଅଫର୍ ସାମିଲ କରାଯାଇଛି । ସିଟି ବ୍ୟାଙ୍କ କ୍ରେଡିଟ୍ ଓ ଡେବିଟ୍ କାର୍ଡ ଉପରେ ୧୦,୦୦୦ ଟଙ୍କାର କ୍ୟାସ୍‌ବ୍ୟାକ୍‌, ୨୪ ମାସ ପର୍ଯ୍ୟନ୍ତ ନୋ ଏକ୍ସଟ୍ରା କଷ୍ଟ ଇଏମ୍‌ଆଇ ସୁବିଧା ପ୍ରଦାନ କରାଯାଉଛି । ମାତ୍ର ଟ. ୭୯୯୯ ଟଙ୍କାରେ ଗୋଟିଏ ଥରର ସ୍କ୍ରିନ ରିପ୍ଲେସମେ । ଏକ ବର୍ଷର ଏକ ଅତିରିକ୍ତ ଅସୀମିତ ସେବା ବିଲ୍‌କୁଲ ମାଗଣାରେ ପାଇପାରିବେ । ଏକାଧିକ ବ୍ୟାଙ୍କ ଓ ଇସ୍ୟୁୟର ସହ ୧୨ ମାସ ପର୍ଯ୍ୟନ୍ତ ନୋ କଷ୍ଟ ଇଏମ୍‌ଆଇ ସୁବିଧା । ବଜାଜ୍ ଫିନ୍‌ସର୍ଭ ସହ ୨୪, ୧୫ ଓ ୧୨ ମାସର ନୋ କଷ୍ଟ ଇଏମ୍‌ଆଇ ଯୋଜନା ଏହି ଆଇକୋନିକ୍ ମୋଟୋରୋଲା ରେଜର୍ ପ୍ରି-ବୁକିଙ୍ଗ୍ ପାଇଁ ଆସନ୍ତା ମାର୍ଚ୍ଚ ୧୬ ତାରିଖରୁ ବ୍ଲାକ୍ ନୋୟର୍ କଲର୍ ଭାରିଆଂଟ୍‌ରେ ଉପଲବ୍ଧ ହେବ ଏବଂ ଭାରତର ପ୍ରମୁଖ ଅଫ୍‌ଲାଇନ୍ ଷ୍ଟୋର୍ ଓ ଅନ୍‌ଲାଇନ୍‌ରେ ଫ୍ଲିପ୍‌କାର୍ଟରେ ୧୨୪୯୯୯ ଟଙ୍କାର ଆକର୍ଷଣୀୟ ମୂଲ୍ୟରେ ୨ ଏପ୍ରିଲ ଠାରୁ ସେଲ୍‌ରେ ଉପଲବ୍ଧ ହେବ ।