Odia News Portal

ପୁଣି ବଦଳିବ ଜିଓର ୩୯୯ଟଙ୍କାର ପ୍ଲାନ, ଜାଣନ୍ତୁ କଣ ରହିବ ସୁବିଧା

ନୂଆଦିଲ୍ଲୀ()  ନିକଟରେ ରିଲାଏନ୍ସ ଜିଓ ଗ୍ରାହକଙ୍କଠୁ ଆଇୟୁସି ଚାର୍ଜ ନେବା ଆରମ୍ଭ କରି ଦେଇଛି। ଏହା ପରେ ୩୯୯ର ପ୍ଲାନ୍ ଆରମ୍ଭ କରିଛି। ଏଥିରେ ଗ୍ରାହକଙ୍କୁ ୧୦୦୦ ମିନିଟ ଭଏସ୍ କଲ୍ ଏବଂ ଇଣ୍ଟରନେଟ୍ ସେବାର ଲାଭ ଦିଆଯାଉଛି। ହେଲେ ଏହି ଅଫର ଗ୍ରାହକଙ୍କ ଦ୍ବାରା ବିଶେଷ ପସନ୍ଦ କରାଯାଉଛି। କିନ୍ତୁ ଡିସେମ୍ବର ୧ତାରିଖରୁ ଗ୍ରାହକଙ୍କୁ ୩୦% ଅଧିକ ଟଙ୍କା ଦେବାକୁ ପଡ଼ିବ।

ଏବେ ଗ୍ରାହକଙ୍କୁ ୩୦% ଅଧିକ ମୂଲ୍ୟ ସହ ୩୯୯ଟଙ୍କା ମୂଲ୍ୟ ବଦଳରେ ୫୧୯ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏହା ମୂଲ୍ୟ ବୃଦ୍ଧି ଯୋଜନା ଲାଭକୁ ପ୍ରଭାବିତ କରିବ କି ନାହିଁ ଏହାର କୌଣସି ସୂଚନା ନାହିଁ। କମ୍ପାନୀର ୩୦% ବଢ଼ିବା ପରେ ଏବେ ଗ୍ରାହକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ।