Odia News Portal

ଦ୍ୱିତୀୟ ଲହରରେ ଅକ୍ସିଜେନ୍ ଆହ୍ୱାନ

.ରାଜ୍ୟଗୁଡ଼ିକ ମଧ୍ୟରେ ତିକ୍ତତା
.କେନ୍ଦ୍ର ଉପରେ ଦିଲ୍ଲୀ ହାଇକୋର୍ଟ ଖପ୍ପା

ନୂଆଦିଲ୍ଲୀ : କରୋନାର ଦ୍ରୁତ ସଂକ୍ରମଣ ଭିତରେ ବିଭିନ୍ନ ରାଜ୍ୟରୁ ଅମ୍ଳଜାନର ଅଭାବ ସମସ୍ୟା ସାମ୍ନାକୁ ଆସିଛି । ଅମ୍ଳଜାନ ସପ୍ଲାଏକୁ ନେଇ ଏବେ ରାଜ୍ୟଗୁଡ଼ିକ ମଧ୍ୟରେ ତିକ୍ତତା ଅ ।ରମ୍ଭ ହୋଇଯାଇଛି । ଅମ୍ଳଜାନ ଯୋଗାଣାରେ ଉତ୍ତର ପ୍ରଦେଶ ପ୍ରତିବନ୍ଧକ ସାଜିଥିବା ଦିଲ୍ଲୀ ଅଭିଯୋଗ କରିଛି ।

ତେବେ ଉତ୍ତର ପ୍ରଦେଶ ପ୍ରଶାସନ ଏହାକୁ ଖଣ୍ଡନ କରିବା ସହ ଦିଲ୍ଲୀ ଉପରେ ପାଲଟା ଅଭିଯୋଗ ଆଣିଛି । ଆଇଏନନଓଏକ୍ସ ଠାରୁ ଗତକାଲି ରାତିରେ ଦିଲ୍ଲୀ ଅଧିକ ପରିମାଣର ଅମ୍ଳଜାନ ନେଇଯିବାରୁ ୟୁପି ହସ୍ପିଟାଲରେ ଅମ୍ଳଜାନର ଅଭାବ ଦେଖାଯାଇଥିବା ୟୁପି ପ୍ରଶାସନ ପକ୍ଷରୁ ଅଭିଯୋଗ କରାଯାଇଛି ।
ଦିଲ୍ଲୀ ଓ ଉତ୍ତର ପ୍ରଦେଶ ବାକଯୁଦ୍ଧ ମଧ୍ୟରେ ହରିଆଣା ଧସେଇ ପଶିଛି । ଦିଲ୍ଲୀ ଅମ୍ଳଜାନ ଲୁଟ୍ କରିନେଉଛି ବୋଲି ସେଠାକାର ସରକାର କହିଛନ୍ତି । ଏଥିପାଇଁ ଅମ୍ଳଜାନ ଗାଡ଼ି ଏଣିକି ପୁଲିସର ସୁରକ୍ଷା ବଳୟ ମଧ୍ୟରେ ଅ ।ସିବ ବୋଲି କହିଛନ୍ତି ।


ହରିଆଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନୀଲ ବିଜ କହିଛନ୍ତି, ଅ ।ମେ ଦିଲ୍ଲୀକୁ ଅମ୍ଳଜାନ ଯୋଗାଇ ଦେଉ ବୋଲି ଆମ ଉପରେ ·ପ ପକା ଯାଉଛ । କିନ୍ତୁ ପ୍ରଥମେ ଆମେ ଆମର ଅ ।ବଶ୍ୟକ ପୂରଣ କରିବୁ, ତା’ହେଲେ ଅନ୍ୟକୁ ଦେବୁ । ଗତକାଲି ଫରିଦାବାଦ୍ ଯାଉଥିବା ଗୋଟିଏ ଅକ୍ସିଜେନ୍ ଟ୍ୟାଙ୍କରକୁ ଦିଲ୍ଲୀ ସରକାର ଅଧା ରାସ୍ତାରୁ ଲୁଟ କରି ନେଇଛନ୍ତି । ଏଥିପାଇଁ ଏବେଠାରୁ ସମସ୍ତ ଅକ୍ସିଜେନ୍ ଟ୍ୟାଙ୍କର ଅ ।ସିବା ବେଳେ ପୁଲିସ୍ କର୍ଡନ କରିବେ । ପୁଲିସ୍ ସୁରକ୍ଷା ବଳୟ ମଧ୍ୟରେ ଏହା ବିଭିନ୍ନ ହସ୍ପିଟାଲରେ ପହଞ୍ଚିବ ।
ଉତ୍ତର ପ୍ରଦେଶର ଜଣେ ଅଧିକାରୀ କହିଛନ୍ତି, ରାଜ୍ୟର ଏକାଧିକ ହସ୍ପିଟାଲରେ ଅମ୍ଳଜାନର ସଙ୍କଟ ଦେଖାଦେଇଛି । ଏହାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଅ ।ଦିତ୍ୟନାଥ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କ ସହ କଥା ମଧ୍ୟ ହୋଇଛନ୍ତି । ଆଇଏନଓଏକ୍ସ ଉତ୍ତର ପ୍ରଦେଶର ଅଧିକାଂଶ ହସ୍ପିଟାଲକୁ ଅମ୍ଳଜାନ ସପ୍ଳାଏ କରେ । ଏବେ ଯଦି ଏହା ଦିଲ୍ଲୀକୁ ଅକ୍ସିଜେନ ପଠାଇବ । ତା’ହେଲେ ଏହା ରାଜ୍ୟରେ ନିଶ୍ଚିତ ଭାବେ ସମସ୍ୟା ସୃଷ୍ଟି କରିବ ବୋଲି ଯୋଗୀ କେନ୍ଦ୍ରମନ୍ତ୍ରୀଙ୍କୁ  ଜଣାଇଥିବା ଅଧିକାରୀ ଜଣଙ୍କ କହିଛନ୍ତି ।


ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ବଢୁୁଥିବା ବେଳେ ହସ୍ପିଟାଲରୁ ଅମ୍ଳଜାନ ଶେଷ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇଛି  । ଅମ୍ଳଜାନର ସଙ୍କଟକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଦିଲ୍ଲୀ ହାଇକୋର୍ଟବର୍ଷିଛନ୍ତି  । କ’ଣ ଲୋକମାନେ ଅମ୍ଳଜାନ ପାଇଁ ଅପେକ୍ଷା କରି ରହିବେ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି  । କୋର୍ଟ କହିଛନ୍ତି, ଆମେ ଜାଣିବାକୁ ପାଇଛୁ ଯେ ମାକ୍ସ ଓ ଗଙ୍ଗା ରାମ ହସ୍ପିଟାଲରେ ମାତ୍ର ୮ ଘଣ୍ଟା ମଧ୍ୟରେ ଅମ୍ଳଜାନ ଶେଷ ହୋଇଯିବ  । ବର୍ତ୍ତମାନ ଅମ୍ଳଜାନର ଆବଶ୍ୟକ ରହିଛି  । ଏଥିରେ ବିଳମ୍ବ ହେଲେ ଅନେକ ମୂଲ୍ୟବାନ ଜୀବନ ·ଲିଯିବ  । ଆମେ କେବେ ହେଲେ ଲୋକଙ୍କ ଜୀବନକୁ ଅଣଦେଖା କରି ଅର୍ଥନୀତି କଥା ଚିନ୍ତା କରିପାରିବା ନାହିଁ  । ଆମେ ଏବେ ବହୁତ ବଡ଼ ବିପର୍ଯ୍ୟୟ ଅଭିମୁଖେ ଯାଉଛେ  । ୧୩୦ କୋଟି ଲୋକଙ୍କୁ ମଧ୍ୟରୁ ଏବେ ୨ କୋଟିରୁ କମ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି  । ଯଦି ବି ଏହା ୫ ଗୁଣ ବଢେ, ତା’ହେଲେ ଏହା ୧୦ କୋଟିରେ ପହଞ୍ଚିବ  । ଆମେ ଅନ୍ୟ ଲୋକଙ୍କ ଜୀବନକୁ ସୁରକ୍ଷା ଦେବାକୁ ପଡ଼ିବ  । ଏହିକ୍ରମରେ ଆମେ ୧ କୋଟି ଲୋକଙ୍କୁ ହରାଇ ପାରନ୍ତି  । ତେଣୁ ଆମକୁ ଶୀଘ୍ର କିଛି କରିବାକୁ ପଡ଼ିବ  । ଆମେ ଏଠାରେ ସରକାର ଚଳାଇବାକୁ ବସିନାହୁଁ  । କିନ୍ତୁ ଆମକୁ ପରିସ୍ଥିତିକୁ ଦେଖି ସମ୍ବେଦନଶୀଳ ହେବାକୁ ପଡ଼ିବ  । ଆମେ ପାଖରେ ମେଡିସିନ ଅଛି  । ହେଲେ ଯଦି ଆମେ ଆବଶ୍ୟକ ଅଧିକ ଥିବା ଅଞ୍ଚଳ ଅପେକ୍ଷା କମ ଆବଶ୍ୟକ ଥିବା ଅଞ୍ଚଳକୁ ଏହାକୁ ପଠାଇବା, ତା’ହେଲେ କ’ଣ ଲାଭ ହେବ?ଶିଳ୍ପାଞ୍ଚଳ ଅମ୍ଳଜାନ ପାଇଁ ଅପେକ୍ଷା କରିପାରିବେ  । କିନ୍ତୁ ରୋଗୀ ଅପେକ୍ଷା କରିପାରିବେ ନାହିଁ  । ଆପଣ(କେନ୍ଦ୍ର ସରକାର) ଏପ୍ରିଲ ୨୨ରୁ ଶିଳ୍ପସଂସ୍ଥାଗୁଡ଼ିକୁ ମିଳୁଥିବା ଅମ୍ଳଜାନ ଉପରେ ରୋଗ ଲଗାଇବେ  । କାହିଁକି ଆପଣ ଏପ୍ରିଲ ୨୨ ଯାଏ ଅପେକ୍ଷା କଲେ? କାହିଁକି ଆଜିଠାରୁ କଟକଣା ଲଗାଇଲେ ନାହିଁ? ଲୋକଙ୍କ ଜୀବନ ଏଠି ବାଜିରେ ଲାଗିଛି  । ଏପରି ସ୍ଥିତିରେ ଆପଣ କ’ଣ ରୋଗୀଙ୍କୁ କହିବେ ଯେ ଅମ୍ଳଜାନ ପାଇଁ ଏପ୍ରିଲ ୨୨ ଯାଏ ଅପେକ୍ଷା କରନ୍ତୁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି  । ଅନ୍ୟପକ୍ଷରେ କେନ୍ଦ୍ର ସରକାର କହିଛନ୍ତି ଯେ ଦିଲ୍ଲୀର ଘରୋଇ ହସ୍ପିଟାଲ ଗୁଡ଼ିକ ରୋଗୀଙ୍କୁ ଅଧିକ ପରିମାଣର ଅମ୍ଳଜାନ ଦେଉଥିବାରୁ ସଙ୍କଟ ଦେଖାଯାଉଛି  । ଖୁବଶୀଘ୍ର ଅମ୍ଳଜାନ ସମସ୍ୟା ଦୂର ହେବ ବୋଲି କେନ୍ଦ୍ର ସରକାର କୋର୍ଟଙ୍କୁ କହିଛନ୍ତି  ।
 ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ କରି ଅମ୍ଳଜାନ ସଙ୍କଟ କଥା କହିଛନ୍ତି  । ସେ କହିଛନ୍ତି, ଦିଲ୍ଲୀରେ ସାଂଘାତିକ ଅମ୍ଳଜାନ ସଙ୍କଟ ଜାରି ରହିଛି  । ମୁଁ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଅମ୍ଳଜାନ ଦିଲ୍ଲୀକୁ ଯୋଗାଇ ଦେବାକୁ ନିବେଦନ କରୁଛି  । କିଛି ହସ୍ପିଟାଲରେ ଆଉ ଅଳ୍ପ ଘଣ୍ଟା ପାଇଁ ଅମ୍ଳଜାନ ଷ୍ଟକ ହୋଇ ରହିଛି  ।
 ମାକ୍ସ ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ଅମ୍ଳଜାନର ଯୋଗାଣ ପ୍ରଭାବିତ ହୋଇଛି  । ହସ୍ପିଟାଲରେ ଯେତିକି ଅମ୍ଳଜାନ ରହିଛି, ସେଗୁଡ଼ିକ ସର୍ବାଧିକ ୬ରୁ ୧୨ ଘଣ୍ଟା ଯାଏ ଯିବ  । ସେହିପରି ସାର ଗଙ୍ଗାରାମ ହସ୍ପିଟାଲରେ ଥିବା ଅମ୍ଳଜାନ ସିଲିଣ୍ଡରଗୁଡ଼ିକ ୮ ଘଣ୍ଟା ମଧ୍ୟରେ ଶେଷ ହୋଇଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି  । ଅବଶ୍ୟ ମାକ୍ସ ହସ୍ପିଟାଲ ପକ୍ଷରୁ ଲୋକଙ୍କୁ ଭୟଭୀତ ନ ହେବାକୁ କୁହାଯାଇଛି  । ସେମାନେ କହିଛନ୍ତି, ଆମର ଆଶା ଆମ ପାଖରେ ଖୁବଶୀଘ୍ର ଅମ୍ଳଜାନ ପହଞ୍ଚିବ  । କୌଣସି ରୋଗୀଙ୍କୁ ହସ୍ପିଟାଲରୁ ବାହାର କରାଯିବ ନାହିଁ  । ସରକାର ମଧ୍ୟ ଉଭୟ ହସ୍ପିଟାଲରେ ସୃଷ୍ଟି ହୋଇଥିବା ସମସ୍ୟାକୁ ସମାଧାନ କରିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି  ।