Odia News Portal

ଗ୍ରାହକଙ୍କ ପାଇଁ ଆସିଲା Vodafoneର ଶାନଦାର ପ୍ଲାନ

ନିଜ ୟୁଜର ମାନଙ୍କ ସୁବିଧା ପାଇଁ ଭୋଡାଫୋନ କମ୍ପାନୀ ଏକ ସ୍ପେଶାଲ ଅଲରାଉଣ୍ଡର ପ୍ଲାନ ଜାରି କରିଛି ଆସିଲା । ଏହି ପ୍ଲାନଟିର ଦର କମ୍ପାନୀ ତରଫରୁ ୯୫ ଟଙ୍କା ରଖାଯାଇଛି । ଉପଭୋକ୍ତା ମାନଙ୍କୁ ଏହି ପ୍ଲାନରେ ଡାଟା ଓ ଟକ ଟାଇମ ବାଦ ଗୋଟେ ମାସରୁ ଅଧିକ ଭାଲିଡିଟି ମିଳିପାରିବ । ଏହା ପୂର୍ବରୁ ବି କମ୍ପାନୀ କେତେକ ରିଚାର୍ଜ ପ୍ଲାନ ଗୁଡିକୁ ବଜାରରେ ଲଞ୍ଚ କରିଥିଲା । ଯେଉଁଥିରେ ୟୁଜରଙ୍କୁ କେବଳ ନିଜ ନିଜ ଦରକାର ଅନୁଯାୟୀ ହିଁ ଡାଟା ସୁବିଧା ମିଳୁଥିଲା । ତେବେ ଆସନ୍ତୁ ଭୋଡାଫୋନର ଏହି ପ୍ଲାନ ବିଷୟରେ ଜାଣିବା:

ଭୋଡାଫୋନର ୯୫ ଟଙ୍କିଆ ପ୍ଲାନ:

ୟୁଜର୍ସଙ୍କୁ ଏହି ପ୍ଲାନ ଜରିଆରେ ୨୦୦ଏମବି ଡାଟା ସମେତ ୭୪ ଦିନ ପର୍ଯ୍ୟନ୍ତର ଟକ ଟାଇମ ସୁବିଧା ମିଳିପାରିବ । ଏହା ବାଦ ଏହି ରିଚାର୍ଜ ପ୍ଲାନର ବୈଧତା ୫୬ ଦିନ ପର୍ଯ୍ୟନ୍ତ ରହିବ । ଆଶା କରାଯାଉଛିକି, ଏହି ପ୍ଲାନକୁ ଦେଶର ଅନ୍ୟ ସମସ୍ତ ରାଜ୍ୟରେ ଅତି ଶୀଘ୍ର ଉପଲବ୍ଧ କରାଯିବ ।

ଆପଣଙ୍କୁ ଜଣାଇ ରଖୁଛୁକି ଏହା ପୂର୍ବରୁ ଲଞ୍ଚ କରିଥିବା ପ୍ରିପେଡ଼ ପ୍ଲାନରେ ଟାକଟାଇମ, ୫୦୦ ଏମବି ଡାଟା ସୁବିଧା ୨୮ ଦିନ ପର୍ଯ୍ୟନ୍ତ ମିଳୁଥିଲା । ଅନୁରୂପ ଭାବେ କମ୍ପାନୀ ଦ୍ୱାରା ଲଞ୍ଚ ହୋଇଥିବା ୧୨୯ ଟଙ୍କିଆ ପ୍ଲାନରେ ୟୁଜରଙ୍କୁ ୨ ଜିବି ଡାଟା ସମେତ ୩୦୦ ଏସଏମଏସର ସୁବିଧା ମଧ୍ୟ ମିଳୁଥିଲା । ଏହା ବାଦ ବ୍ୟବହାରକାରୀ କୌଣସି ନେଟୱର୍କକୁ ଅନଲିମିଟେଡ଼ କଳିଙ୍ଗ କରିପାରୁଥିଲେ | ଏହାର ସମୟ ସୀମା ୧୪ ଦିନ ଥିଲା ।

କମ୍ପାନୀ ଦ୍ୱାରା ବଜାରକୁ ଛଡା ଯାଇଥିବା ୧୯୯ ଟଙ୍କିଆ ପ୍ଲାନରେ ଏକ ଜିବି ଡାଟା ସମେତ ୧୦୦ ଏସଏମଏସର ସୁବିଧା ମିଳିପାରିବ । ଅନ୍ୟ ନେଟୱର୍କକୁ ୟୁଜର ମାନେ ଅନଲିମିଟେଡ଼ କଲ କରିବା ସହ ଭୋଡାଫୋନ ପ୍ଲେ ଓ ଜେ ୫ ଆପକୁ ମାଗଣାରେ ସବସ୍କ୍ରିପସନ କରି ପାରିବେ । ଯେବେକି ଏହାର ବୈଧତା ୨୧ ଦିନ ଯାଏଁ ହିଁ ରହିବ