ଜନ୍ମଦିନର ଦିନକ ପୂର୍ବରୁ ବଲିଉଡ ର ଭାଇଜାନ୍ ସଲମାନ୍ ଖାନ୍ ଙ୍କୁ ଦଂଶିଲା ସାପ ।ଶନିବାର ବିଳମ୍ବିତ ରାତିରେ ପନବେଲ ସ୍ଥିତ ଫାର୍ମ ହାଉସ୍ରେ ଏକ ସାପ ସଲମାନ୍ଙ୍କୁ କାମୁଡ଼ିଛି। ରିପୋର୍ଟ ମୁତାବକ, ସଲମାନ୍ ଖାନ୍ଙ୍କୁ ଏକ ସାପ କାମୁଡ଼ିଥିଲା। ପରିବାର ଲୋକେ ତାଙ୍କୁ ମୁମ୍ବାଇର କାମୋଠେ ଅଞ୍ଚଳରେ ଥିବା ଏମ୍ଜିଏମ୍ (ମହାତ୍ମାଗାନ୍ଧୀ ମିଶନ ହସ୍ପିଟାଲ)ରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ଯାଞ୍ଚ ପରେ ଜାଣିଥିଲେ ଯେ ସଲମାନ୍ଙ୍କୁ ଏକ ବିଷ ନଥିବା ସାପ କାମୁଡ଼ିଛି। ଫଳରେ ସଲମାନ୍ ଙ୍କ ଉପରେ ଏତେଟା ପ୍ରଭାବ ପଡ଼ିନାହିଁ।
ଚିକିତ୍ସା ପରେ ଭାଇଜାନ୍ ଆଜି ସକାଳ ୯ ଟା ବେଳେ ଘରକୁ ଫେରିଛନ୍ତି। ଏବେ ତାଙ୍କ ଅବସ୍ଥା ଭଲ ଅଛି। ସାପଟି ବିଷାକ୍ତ ନଥିବାରୁ ସେ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି। ଏଣୁ ଖୁବ୍ଶୀଘ୍ର ସଲମାନ୍ ସୁସ୍ଥ ହେବେ ବୋଲି କୁହାଯାଉଛି। ଏବେ ସେ ନିଜ ଫାର୍ମ ହାଉସ୍ରେ ହିଁ ରେଷ୍ଟ ନେଉଛନ୍ତି।
ପ୍ରକାଶ ଯେ ଡିସେମ୍ବର ୨୭ ତାରିଖରେ ସଲମାନଙ୍କ ଜନ୍ମଦିନ। ସୋମବାର ସେ ୫୬ ବର୍ଷରେ ପାଦ ଦେଉଛନ୍ତି। କିନ୍ତୁ ଏବେ ସାପ କାମୁଡ଼ିବା ପରେ ତାଙ୍କ ଜନ୍ମଦିନ ପାଳନ ହେବ କି ନାହିଁ ସେ ନେଇ କିଛି ସୂଚନା ମିଳିପାରିନାହିଁ। ତେବେ ସେ କେବଳ ବନ୍ଧୁ ଓ ପରିବାର ଲୋକଙ୍କ ସହ ଜନ୍ମଦିନ ପାଳନ କରିବେ ବୋଲି କୁହାଯାଉଛି।
Sign in
Sign in
Recover your password.
A password will be e-mailed to you.