Odia News Portal

ରାତି ଅଧରେ ସ୍ୱାମୀଙ୍କ ନାଁ’ରେ ଥାନାରେ ଏତଲା ଦେଲେ ବର୍ଷା

ସାଂସଦ ଅନୁଭବ ଓ ଅଭିନେତ୍ରୀ ପତ୍ନୀ ବର୍ଷାଙ୍କ ମଧ୍ୟରେ ବଢି ଚାଲିଛି ବିବାଦ।ଏନେଇ ଗତକାଲି ବିଳମ୍ବିତ ରାତିରେ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । କଟକ ଘରୋଇ କଳହ ମାମଲାରେ ଗତକାଲି ଅନୁଭବ କଟକ ଏସଡିଜେଏମ କୋର୍ଟରେ ହାଜର ହୋଇଥିବାବେଳେ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ସାଂସଦଙ୍କ ନାଁ ରେ ଦେଇଛନ୍ତି ପୁଣି ଏକ ଏତଲା।

ଦୁଇ ଦିନ ତଳେ ବର୍ଷା ଅନୁଭବଙ୍କ ଘରୋଇ କଳହର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଏହି ଭିଡ଼ିଓରେ ବର୍ଷା ଅନୁଭବ ଯୁକ୍ତିତର୍କ କରୁଥିବାର ଦେଖିବାକୁ ମିଳିଥିଲା ।ଅନୁଭବ ବାପା ମାଆଙ୍କ ଆର୍ଶୀବାଦ ଥିବା ଯାଏଁ ତାଙ୍କୁ କେହି ହରେଇ ପାରିବେ ନାହିଁ ବୋଲି ଭିଡ଼ିଓରେ କହିବାରେ ନଜର ଆସିଥିଲେ । ଆଉ ଏହାର ଜବାବ ରଖୁଥିଲେ ଅଭିନେତ୍ରୀ ବର୍ଷା । ଏହି ଭିଡ଼ିଓକୁ ନେଇ ଥାନାରେ ଏତଲା ଦିଆଯାଇଛି ।

ଅନୁଭବ ଓ ତାଙ୍କ ମଧ୍ୟରେ ପାଟିତୁଣ୍ଡର ଏହି ଭିଡିଓ ଭାଇରାଲ୍ କରି ତାଙ୍କ ଭାବମୂର୍ତ୍ତି ନଷ୍ଟ କରାଯାଉଛି ବୋଲି ବର୍ଷା କହିଛନ୍ତି । ତେବେ ଭିଡିଓରେ ଅନୁଭବ ଓ ବର୍ଷାଙ୍କ ବିରୋଧରେ ଜୋରଦାର ଝଗଡା ଲାଗିଥିବା ଦେଖିବାକୁ ମିଳିଥିଲା। କିଛିଦିନ ହେବ ଚଳଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ତାଙ୍କ ସ୍ୱାମୀ ସାଂସଦ ଅନୁଭବ ମହାନ୍ତିଙ୍କ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଏନେଇ ମାମଲା କୋର୍ଟ କଚେରୀ ପର୍ଯ୍ୟନ୍ତ ପହଁଚିଛି | ଏହାବ୍ୟତୀତ ଦିଲ୍ଲୀର ଜଣେ ସାମ୍ବାଦିକାଙ୍କ ସହ ଅନୁଭବଙ୍କର ସମ୍ପର୍କ ଥିବା ଚର୍ଚ୍ଚା ଖୁବ୍ ଜୋର ଧରିଥିଲା ।